ରାଞ୍ଚି: ଝାଡ଼ଖଣ୍ଡ କୋଡେରମା ଜିଲ୍ଲା ନଓ୍ଵାଧି ଗ୍ରାମରେ ବାହାଘର ଭୋଜିରେ ଗୋମାଂସ କରାଯିବାରୁ ଏହାକୁ ନେଇ ବଡ଼ ଧରଣର ସଂଘର୍ଷ ସୃଷ୍ଟି ହୋଇଛି। ଗ୍ରାମରେ ଅନେକ ଘର ପୋଡ଼ି ଦିଆଯିବା ସହ ଯାନବାହନ ମଧ୍ୟ ପୋଡ଼ାଜଳା ହୋଇଛି। ଏହି ଘଟଣା ପରେ ଗ୍ରାମରେ ୧୪୪ ଧାରା ଲାଗୁ କରାଯିବା ସହ ପୁଲିସ ୭ଜଣଙ୍କୁ ଗିରଫ କରିଛି। ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଗ୍ରାମରେ ପର୍ଯ୍ୟାପ୍ତ ପୁଲିସ ମୁତୟନ କରାଯାଇଛି। ମିଳିଥିବା ଖବର ମୁତାବକ, ନଓ୍ଵାଧି ଗ୍ରାମର ଜଣେ ଦଳିତ ବ୍ୟକ୍ତିଙ୍କ ଘର ପଛପଟୁ ଗାଈ ହାଡ଼ ଓ ଚର୍ମ ମିଳିବା ପରେ ଲୋକେ ତାଙ୍କ ପୁଅ ବାହାଘର ଭୋଜିରେ ଗୋମାଂସ ପରସା ଯାଇଥିବା ସନ୍ଦେହ କରି ଗ୍ରାମରେ ଲଙ୍କାକାଣ୍ଡ ଘଟାଇଛନ୍ତି। ୩ ଜଣ ବରିଷ୍ଠ ପୁଲିସ ଅଧିକାରୀ ଗ୍ରାମରେ ଡେରା ପକାଇ ମାମଲା ତଦାରଖ କରୁଥିବା ଜଣାପଡ଼ିଛି।
ବାହାଘର ଭୋଜିରେ ଗୋମାଂସକୁ ନେଇ ହିଂସା
/sambad/media/post_attachments/wp-content/uploads/2018/04/download-3.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)