ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦୀର୍ଘ ୬୨ ବର୍ଷ ପରେ ପ୍ରତିଷ୍ଠିତ ଲଢ଼ୁଆ ବିମାନ ମିଗ୍‌-୨୧କୁ ଅବସର ଦେବାକୁ ଯାଉଛି। ଶେଷ ଜେଟ୍‌କୁ ସେପ୍ଟେମ୍ବର ୧୯ରେ ଚଣ୍ଡିଗଡ଼ ଏୟାରବେସରେ ୨୩ ସ୍କ୍ୱାଡ୍ରନ୍ (ପାନ୍ଥର୍ସ) ଦ୍ୱାରା ଏକ ଆନୁଷ୍ଠାନିକ ବିଦାୟ ଦିଆଯିବ।

Advertisment

୧୯୬୩ ମସିହାରେ ବାୟୁସେନାରେ ସାମିଲ ହୋଇଥିବା ମିଗ୍‌-୨୧ ୧୯୬୫ ଏବଂ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୯୯ ମସିହାରେ କାର୍ଗିଲ୍ ଯୁଦ୍ଧ, ୨୦୧୯ ମସିହାରେ ବାଲାକୋଟ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା।

ଭାରତୀୟ ବାୟୁସେନାର ସବୁଠାରୁ ପୁରୁଣା ସୁପରସୋନିକ୍ ଲଢ଼ୁଆ ବିମାନ ମିଗ୍-୨୧ ଏବେ ଇତିହାସ ହେବାକୁ ଯାଉଛି । ସୂତ୍ର ଅନୁସାରେ ପ୍ରାୟ ୬୨ ବର୍ଷର ସେବା ପରେ ମିଗ୍-୨୧କୁ ୧୯ ସେପ୍ଟେମ୍ବର ୨୦୨୫ ରେ ଔପଚାରିକ ଭାବରେ ବିଦାୟ ଦିଆଯିବ । ଚଣ୍ଡିଗଡ଼ ଏୟାରବେସରେ ହେବାକୁ ଥିବା ଏହି ଖାସ୍ ସମାରୋହରେ ବାୟୁସେନାର ବରିଷ୍ଠ ଅଧିକାରୀ, ମିଗ୍-୨୧ ସହିତ ଜଡ଼ିତ ପାଇଲଟ୍ ଏବଂ ଅନେକ ପୂର୍ବତନ ଭେଟେରାନଙ୍କ ସାମିଲ ହେବାର ସମ୍ଭାବନା ଅଛି ।

ମିଗ୍-୨୧ ବାୟୁସେନାର ପ୍ରଥମ ସୁପରସୋନିକ୍ ଫାଇଟର ଜେଟ୍ ଥିଲା ଯିଏ ୧୯୬୦ ଏବଂ ୭୦ ଦଶକରେ ଭାରତକୁ ବୈଷୟିକ ବିକାଶ ଦେଇଥିଲା । ଯେତେବେଳେ ଭାରତ ପାଖରେ ମିଗ୍-୨୧ର ୮୫୦ରୁ ଅଧିକ ବିମାନ ଥିଲା ସେଥିମଧ୍ୟରୁ ୬୦୦ରୁ ଅଧିକ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (HAL) ଭାରତରେ ହିଁ ତିଆରି କରିଥିଲା ।