ନୂଆଦିଲ୍ଲୀ: ନିକଟରେ ଚୀନ୍ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଭାରତର ବାୟୁ ସୀମା ଲଂଘନ କରିଥିବାରୁ ଭବିଷ୍ୟତରେ ଏଭଳି ସ୍ଥିତିର ମୁକାବିଲା କରିବାକୁ ଭାରତ ତୟାର ରହିଛି । ଚୀନ୍ ବିମାନ ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ତତ୍୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ପାଇଁ ଡେରାଡନୁ ଜଲି ଗ୍ରାଣ୍ଟ୍ ଏୟାରପୋର୍ଟକୁ ସକ୍ରିୟ କରାଯାଇଛି। ଏହି ବିମାନବନ୍ଦରରେ ୨ଟି ସୁଖୋଇ-୩୦ ଏମ୍୍କେଆଇ ଯୁଦ୍ଧ ବିମାନ ମୁତୟନ କରାଯାଇଛି। ଆଗାମୀ ୧୯ ଏବଂ ୨୦ ତାରିଖରେ ଏହି ଯୁଦ୍ଧ ବିମାନ ଏଠାରୁ ଉଡ଼ାଣ ଆରମ୍ଭ କରିବ। ଚୀନ୍ ସହ ଭାରତର ଦୀର୍ଘ ୪୦୦୦ କିମି ସୀମା ରହିଥିବା ବେଳେ ଉତ୍ତରଖଣ୍ଡର କିଛି ଅଂଚଳ ମଧ୍ୟ ଏହାର ଅନ୍ତର୍ଭୁକ୍ତ। ଡୋକଲାମ ବିବାଦ ପରେ ବିଭିନ୍ନ ଅଂଚଳରେ ଚୀନ୍ର ସୀମା ଅତିକ୍ରମଣ ମାମଲା ବଢ଼ୁଥିବାରୁ ଏହାର ଜବାବ ଦେବାକୁ ଭାରତ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ତିବ୍ଦତରେ ଚୀନ୍ ତା’ର ବାୟୁସେନା ଶକ୍ତିକୁ ବଢ଼ାଇ ଭାରତ ଉପରେ ଚାପ ସୃଷ୍ଟି କରବାକୁ ଅନେକ ଥର ସୀମା ଲଂଘନ କରିଛି। ତେବେ ବର୍ତ୍ତମାନର ସ୍ଥିତିରେ ଭାରତ ଯେ କୌଣସି ଅଂଚଳରେ ବି ଚୀନ୍ ସୀମା ଲଂଘନର ଜବାବ ଦେବାକୁ ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ ବାୟୁସେନାର ଫାଇଟର ପାଇଲଟଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ଏବଂ ଭାରତର ବର୍ତ୍ତମାନର ବାୟୁସେନା ଶକ୍ତି ଯେଉଁ ସ୍ଥିତିରେ ଅଛି ତାହାକୁ ଏତେ ସହଜରେ ଚୀନ୍ ଚ୍ୟାଲେଂଜ କରିପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ଚୀନ୍ର ମୁକାବିଲା ପାଇଁ ଯୁଦ୍ଧ ବିମାନ ମୁତୟନ
/sambad/media/post_attachments/wp-content/uploads/2018/02/661110-sukhoi-iaf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)