ନୂଆଦିଲ୍ଲୀ: ଆଧାରକୁ ସମ୍ବିଧାନ ଦୃଷ୍ଟିରୁ ବୈଧ ବୋଲି ସୁପ୍ରିମ୍ କୋର୍ଟ ବୁଧବାର ଚୂଡ଼ାନ୍ତ ରାୟ ଶୁଣାଇବା ପରେ ଆଧାରର ବିଜୟ ହୋଇଛି ବୋଲି କୁହାଯାଉଛି। ଅନେକ ମହଲରେ ଏହାକୁ ସ୍ବାଗତ କରାଯାଉଛି। ଏଭଳି ପରିପ୍ରେକ୍ଷୀରେ ମୋଦୀ ସରକାର ଓ କଂଗ୍ରେସ ମଧ୍ୟରେ ଶ୍ରେୟ େନବାକୁ ଟଣାଓଟରା ଆରମ୍ଭ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆଜିର ଶ୍ରେୟ ମୋଦୀ ସରକାରଙ୍କୁ ଯିବା ଉଚିତ ବୋଲି ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ଯୋଜନା ଆରମ୍ଭ କରିଥିବା ଲୋକଙ୍କୁ ଜଣାନଥିଲା ଏହାର ଦିଗ କେଉଁଆଡ଼େ ଯିବ ଏବଂ ଏହା କିଭଳି କାର୍ଯ୍ୟକାରୀ ହେବ। କିନ୍ତୁ ବିଜେପି ସରକାର ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଛନ୍ତି। ଅନ୍ୟପକ୍ଷରେ ଆଜିର ରାୟକୁ ସ୍ବାଗତ କରୁଥିବା କଂଗ୍ରେସ ଏହାର ସବୁଠୁ ବଡ଼ ବିରୋଧୀ ରହିଆସିଥିଲା। ବାରମ୍ବାର ଏହାକୁ ନେଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଥିଲା। କିନ୍ତୁ ଆଜି ଏହା ସମ୍ବିଧାନ ଦୃଷ୍ଟିରୁ ବୈଧ ଘୋଷଣା କରାଯିବା ପରେ ଦଳ ଶ୍ରେୟ ନେବାକୁ ବସିଛି ବୋଲି ଜେଟଲି କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ୟୁପିଏ ସରକାର ପ୍ରଥମେ ଆଧାର ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ ବିଜେପି ସରକାର ଏହାକୁ ବ୍ୟବହାର କରି ଲୋକଙ୍କ ଉପରେ ନଜର ରଖିବା ପାଇଁ ଉଦ୍ୟମ କରିଥିଲେ ବୋଲି ରାହୁଲ କହିଛନ୍ତି।
ଶ୍ରେୟ ନେବାକୁ ଟଣାଓଟରା: ଆଧାରର ବଡ଼ ବିରୋଧୀ କଂଗ୍ରେସ ଥିଲା: ଜେଟ୍ଲି
ଲୋକଙ୍କୁ ସଶକ୍ତ କରିବାକୁ କଂଗ୍ରେସ ଚାହୁଥିଲା: ରାହୁଲ
/sambad/media/post_attachments/wp-content/uploads/2018/09/prod-iaadhar-card.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)