ଗାଜା: ଯୁଦ୍ଧ ଯୋଗୁ ଗାଜାରେ ଏକ ବଡ଼ ମାନବିକ ସଙ୍କଟ ସୃଷ୍ଟି ହୋଇଛି। ଗତ ୨୨ମାସ ଧରି ଗାଜାରେ ଚାଲିଥିବା ଭୟଙ୍କର ଯୁଦ୍ଧର ଅନ୍ତ ଘଟିବରକୁ ଯାଉଛି। ପାଲେଷ୍ଟାଇନ ଗୋଷ୍ଠୀ ହମାସ ଗାଜାରେ ଯୁଦ୍ଧବିରତି ପାଇଁ ନୂତନ ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ପ୍ରସ୍ତାବ ମଧ୍ୟସ୍ଥତା ଦେଶ ମିଶର ଏବଂ କତାର ଦ୍ୱାରା ହମାସକୁ ପ୍ରଦାନ କରାଯାଇଛି। ଏନେଇ ହମାସ କହିଛି, ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ତଥାପି, ଇସ୍ରାଏଲ ଏପର୍ଯ୍ୟନ୍ତ ନିଜର ଉତ୍ତର ଦେଇନାହିଁ। ଯଦି ଇସ୍ରାଏଲ ସକାରାତ୍ମକ ଉତ୍ତର ଦିଏ, ତେବେ ଗାଜାରେ ଯୁଦ୍ଧ ବନ୍ଦ ହେବ।
ହମାସ କହିଛି, ଆମେ ଯୁଦ୍ଧବିରତି ପ୍ରସ୍ତାବରେ ସହମତ। ପାଲେଷ୍ଟାଇନ ଅଧିକାରୀମାନେ କହିଛନ୍ତି, ନୂତନ ପ୍ରସ୍ତାବରେ ୬୦ଦିନର ଅସ୍ତ୍ରବିରତି ରହିବ। ଏହି ସମୟ ମଧ୍ୟରେ ଅତି କମରେ ୧୦ ଜଣ ଜୀବିତ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯିବ ଏବଂ କିଛି ମୃତଦେହ ଫେରାଇ ଦିଆଯିବ। ପାଲେଷ୍ଟାଇନ କହିଛି, ମଧ୍ୟସ୍ଥିମାନେ ଏକ ଚୁକ୍ତିନାମା ଘୋଷଣା କରିବେ ବୋଲି ଆଶା କରାଯାଉଛି। ଏହା ପରେ, ଆଲୋଚନା ଆରମ୍ଭ କରିବାର ତାରିଖ ଧାର୍ଯ୍ୟ କରାଯିବ।
ଏହି ପ୍ରସ୍ତାବ ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲୀମାନେ ଯୁଦ୍ଧ ବନ୍ଦ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଗାଜାରେ ବନ୍ଧକଙ୍କ ମୁକ୍ତି ପାଇଁ ଏକ ଚୁକ୍ତି ଦାବି କରୁଥିବା ଇସ୍ରାଏଲୀ ପ୍ରତିବାଦକାରୀମାନେ ଜୋରଦାର ପ୍ରଦର୍ଶନ କରିଥିଲେ। ଏହା ୨୨ ମାସ ଧରି ଚାଲିଥିବା ଯୁଦ୍ଧର ସବୁଠାରୁ ବଡ଼ ଏବଂ ଭୟଙ୍କର ପ୍ରତିବାଦ ମଧ୍ୟରୁ ଗୋଟିଏ ଥିଲା। ବନ୍ଧକଙ୍କ ପରିବାରର ପ୍ରତିନିଧିତ୍ୱ କରୁଥିବା ଆୟୋଜକମାନେ ଦାବି କରିଛନ୍ତି ଯେ, ଲକ୍ଷ ଲକ୍ଷ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ।
ଗାଜାର କିଛି ଘନ ଜନବହୁଳ ଅଞ୍ଚଳରେ ନୂତନ ସାମରିକ ଆକ୍ରମଣ ଯୋଜନାକୁ ନେଇ ଇସ୍ରାଏଲ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନେକ ଇସ୍ରାଏଲୀ ଭୟ କରୁଛନ୍ତି, ଏହା ଦ୍ବାରା ବାକି ବନ୍ଧକଙ୍କ ଜୀବନକୁ ବିପଦରେ ପଡ଼ିପାରେ। କୁହାଯାଉଛି ବାକି ବନ୍ଧକଙ୍କ ମଧ୍ୟରୁ ୨୦ ଜଣ ଜୀବିତ ଅଛନ୍ତି। କିଛି ପୂର୍ବତନ ଇସ୍ରାଏଲୀ ସାମରିକ ଏବଂ ଗୁପ୍ତଚର ମୁଖ୍ୟ ମଧ୍ୟ ଯୁଦ୍ଧ ବନ୍ଦ କରିବା ପାଇଁ ଏକ ଚୁକ୍ତିନାମା ପାଇଁ ଦାବି କରୁଛନ୍ତି।
ସୂଚନାଯୋଗ୍ୟ,ଅକ୍ଟୋବର ୨୦୨୩ ପରଠାରୁ ଗାଜାରେ ଇସ୍ରାଏଲ ଦ୍ୱାରା ହୋଇଥିବା ଆକ୍ରମଣରେ ୬୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଇସ୍ରାଏଲ-ହମାସ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୬୨,୦୦୪ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୧,୫୬,୨୩୦ ଜଣ ଆହତ ହୋଇଛନ୍ତି। ସହାୟତା ସଂସ୍ଥା କିମ୍ବା ନିକଟତର ସହାୟତା ବଣ୍ଟନ ସ୍ଥାନରୁ ସାହାଯ୍ୟ ପାଇବାକୁ ଚେଷ୍ଟା କରିବା ସମୟରେ ୧,୯୬୫ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
israel hamas war
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/19/fighting-in-gaza-will-stop-hamas-agrees-to-ceasefire-agreement-2025-08-19-18-46-24.jpg)