ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଏକ ଟ୍ବିଟ୍ ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଭାରତର ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କର। ସେ ତାଙ୍କ ପୋଷ୍ଟ୍ରେ ମୋଦୀଙ୍କର ଓ ତାଙ୍କର ଫଟୋ ଦେଇ ଏକ ଭିଡିଓ ସେୟାର୍ କରିଛନ୍ତି। ଭିଡିଓର ବ୍ୟାକ୍ଗ୍ରାଉଣ୍ଡ୍ରେ ଲତା ମୋଦୀଙ୍କ ଉଦେଶ୍ୟରେ କହୁଥିବାର ଶୁଣିବାକୁ ମିଳିଛି।
लता दीदी, रक्षा बंधन के इस शुभ अवसर पर आपका यह भावपूर्ण संदेश असीम प्रेरणा और ऊर्जा देने वाला है। करोड़ों माताओं-बहनों के आशीर्वाद से हमारा देश नित नई ऊंचाइयों को छुएगा, नई-नई सफलताएं प्राप्त करेगा। आप स्वस्थ रहें और दीर्घायु हों, ईश्वर से मेरी यही प्रार्थना है। @mangeshkarlatahttps://t.co/pDHg0y3fDT
— Narendra Modi (@narendramodi) August 3, 2020
ଲତା କହୁଛନ୍ତି, ‘ନରେନ୍ଦ୍ର ଭାଇ ଆଜି ରାକ୍ଷୀର ଶୁଭ ଉତ୍ସବ ଅବସରରେ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ରାକ୍ଷୀ ମୁଁ ଆଜି ପଠାଇ ପାରିନାହିଁ ଓ ତାହାର କାରଣ ସାରା ଦୁୁନିଆ ଜାଣିଛି। ଆପଣ ଭାଇ ନିଜ ଦେଶ ପାଇଁ ଏତେ ଭଲ କାମ କରିଛନ୍ତି ଯେ ଯାହାକୁ ଦେଶବାସୀ କେବେ ଭୁଲିପାରିବେ ନାହିଁ। ଆଜି ଭାରତର ଲକ୍ଷ ଲକ୍ଷ କୋଟି କୋଟି ମହିଳା ଆପଣଙ୍କୁ ରାକ୍ଷୀ ବାନ୍ଧିବାକୁ ଚାହିଁ କରିି ମଧ୍ୟ ବାନ୍ଧି ପାରିବେ ନାହିଁ। ମାତ୍ର ତାହା ବୁଝି ପାରୁଥିବେ ଓ ରାକ୍ଷୀ ଅବସରରେ କଥା ଦିଅନ୍ତୁ ଯେ ଭାରତକୁ ଆପଣ ଆହୁରି ଉପରକୁ ନେଇଯିବେ।’
ଯାହାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ରି-ଟ୍ବିଟ୍ କରି ଲେଖିଛନ୍ତି, ‘ଲତା ଦିଦି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆପଣଙ୍କର ଏହି ଭାବପୂର୍ଣ୍ଣ ମେସେଜ୍ ଅସୀମ ପ୍ରେରଣା ପ୍ରଦାନ କରିବ। କୋଟି କୋଟି ମାଆଭଉଣୀଙ୍କ ଆଶୀର୍ବାଦ ରହିଛି ଓ ଆମ ଦେଶ ନୂଆ ନୂଆ ଉଚ୍ଚତାକୁ ଛୁଇଁବ, ନୂଆ ନୂଆ ସଂକଳ୍ପ ପ୍ରାପ୍ତ କରିବ। ଆପଣ ସୁସ୍ଥ ରୁହନ୍ତୁ ଓ ଦୀର୍ଘାୟୁ ହୁଅନ୍ତୁ ଈଶ୍ବରଙ୍କୁ ମୋର ଏହି ପ୍ରାର୍ଥନା।’