କରୋନା ସତର୍କତା ପାଇଁ ସିନେମା ଓ ଟେଲିଭିଜନ୍‌ ସୁଟିଂ ବନ୍ଦ

ମୁମ୍ବାଇ: କରୋନାଭାଇରସର ପ୍ରଭାବ ଏବେ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏପରି କ୍ଷେତ୍ରରେ କରୋନାଭାଇରସ୍‌ର ମୁକାବିଲା କରିବା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ସିନେମା ହଲ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସିନେମା, ଟେଲିଭିଜନ ଓ ୱେବ ସିରିଜ ଆଦିର ସୁଟିଂ ବନ୍ଦ କରିବା ନେଇ ରବିବାର ଇଣ୍ଡିଆନ ମୋସନ ପିକ୍‌ଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ(ଆଇଏମ୍ପିପିଏ) ଏହି ନିଷ୍ପତ୍ତି ନେଇଛନ୍ତି।

Image result for film-and-tv-serial-shootings-cancelled-19-to-31-march
Maharashtra Times

ଚଳିତ ସମୟରେ ଦେଶ ତଥା ଦେଶ ବାହାରେ କିଛି ସିନେମାର ସୁଟିଂ ଚାଲିଛି। ଯଥାଶୀଘ୍ର ଅର୍ଥାତ ତିନିଦିନ ମଧ୍ୟର ଦେଶ ତଥା ଦେଶ ବାହାରେ ଚାଲିଥିବା ସିନେମାର ପ୍ୟାକ୍‌ଅପ ପାଇଁ କୁହାଯାଇଛି। ଟେଲିଭିଜନ ଓ ୱେବ ସିରିଜର ଚେୟାରମ୍ୟାନ ଜେଡି ମଜେଠିୟା କହିଛନ୍ତି, ଦେଶ, ବିଶ୍ୱ, ସମାଜ, ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ସଦସ୍ୟଙ୍କ ହିତକୁ ଦୃଷ୍ଟିରୁ ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ସଂସ୍ଥା ମିଳିତ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ମୁମ୍ବାଇରେ ରବିବାର ଇଣ୍ଡିଆନ ମୋସନ ପିକ୍‌ଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍‌ର କାର୍ଯ୍ୟାଳୟରେ ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ସଂସ୍ଥାର ମିଳିତ ଭାବେ ଏକ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ମାର୍ଚ୍ଚ ୧୯ରୁ ୩୧ମାର୍ଚ୍ଚ ପର୍ଯ୍ୟନ୍ତ ସିନେମା, ଟିଭି ଓ ଡିଜିଟାଲ ପ୍ଲାଟଫର୍ମ ପାଇଁ ହେବାକୁ ଥିବା ସୁଟିଂକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ଏହି ନିଷ୍ପତ୍ତିକୁ ଭାରତର ସମସ୍ତ ସିନେମା ଇଣ୍ଡଷ୍ଟ୍ରି ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର