ଫିଲ୍ମ ନିର୍ଦ୍ଦେଶକ ରାକେଶ କୁମାରଙ୍କ ପରଲୋକ

ମୁମ୍ବାଇ : ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ କରିବା ପରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ରାକେଶ କୁମାରଙ୍କ ୮୧ ବର୍ଷ ବୟସରେ ୧୦ ତାରିଖରେ ପରଲୋକ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସମେତ ବହୁ ଅଭିନେତା, ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ଶୋକ ପ୍ରକାଶ କରିଛନ୍ତି। ଅନ୍ଧେରୀରେ କୁମାରଙ୍କ ଉଦ୍ଦେଶ୍ୟରେ ଆଜି ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

୭୦ରୁ ୮୦ ଦଶକ ମଧ୍ୟରେ ଅଭିନୟ କିମ୍ବଦନ୍ତୀ ଅମିତାଭ ବଚ୍ଚନଙ୍କ ଅନେକ ବକ୍ସ ଅଫିସ ସଫଳତା ପଛରେ ଥିଲେ ରାକେଶ କୁମାର। କୁମାରଙ୍କ ନିର୍ଦ୍ଦେଶିତ ‘ଖୁନ୍‌ ପସିନା (୧୯୭୭), ମି‌ଷ୍ଟର ନଟବର ଲାଲ(୧୯୭୯) ଏବଂ ‘ୟାରାନା ’(୧୯୮୧) ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲ। ଜଣେ ସଫଳ ଚଳଚ୍ଚିତ୍ର ନିର୍ମାତା ଭାବେ ପରିଚିତ ହେବା ପୂର୍ବରୁ କୁମାର ୧୯୭୩ କ୍ଲାସିକ୍ ପ୍ରକାଶ ମେହେରାଙ୍କ ‘ଜଞ୍ଜିର’ର ସହକାରୀ ନିର୍ଦ୍ଦେଶକ ଥିଲେ।

ସମ୍ବନ୍ଧିତ ଖବର