ନୂଆଦିଲ୍ଲୀ: ବନ୍ଧା ହେଲେ ମୋନାଲିସାଙ୍କୁ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ । ଦୁଷ୍କର୍ମ ମାମଲାରେ ଗିରଫ ହେଲେ ସିନେ ନିର୍ଦ୍ଦେଶକ ସନୋଜ ମିଶ୍ରା । ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କୁ ଦେଇଥିଲେ ସିନେମାରେ ସୁଯୋଗ । ମୋନାଲିସାଙ୍କୁ ଫିଲ୍ମ ଅଫର ମିଳିବା ପରେ ସନୋଜ ଓ ମୋନାଲିସାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଆଉ ଆଜି ସେହି ନିର୍ଦ୍ଦେଶକଙ୍କୁ ପୋଲିସ ଗିରଫ କରିବା ପରେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ନିର୍ଦ୍ଦେଶକ ସନୋଜ ମିଶ୍ର । ଫିଲ୍ମ ଅଫର ଆଳରେ ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଏବଂ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଦେବା ଅଭିଯୋଗରେ ହାଇକୋର୍ଟରୁ ଜାମିନ ଆବେଦନ ଖାରଜ ପରେ ତାଙ୍କୁ ଗିରଫ କରିଛି ପୋଲିସ ।

Advertisment

ତେବେ ସୂଚନା ଅନୁସାରେ, ଝାନସୀର ଜଣେ ଯୁବତୀଙ୍କ ସହ ୨୦୨୦ରେ ଇନଷ୍ଟାଗ୍ରାମରେ ସନୋଜଙ୍କ ପରିଚିତ ହୋଇଥିଲା । କଥାବାର୍ତ୍ତା ଆଗକୁ ବଢିବା ପରେ ୨୦୨୧ ଜୁନ ୧୭ରେ ସନୋଜ ଯୁବତୀଙ୍କୁ ଦେଖା କରିବାକୁ ଝାନସୀ ରେଳ ଷ୍ଟେସନରେ ପହଞ୍ଚିଥିଲେ ଏବଂ ତାଙ୍କ ସହ ଭେଟ ହେବାକୁ ଜିଦି କରିଥିଲେ । ଯୁବତୀ ଜଣଙ୍କ ମନା କରିବାକୁ ଆତ୍ମହତ୍ୟାର ଧମକ ଦେଇଥିଲେ ସନୋଜ ଏବଂ ପରେ ଦୁହେଁ ଦେଖା କରିବା ପରେ ପୁଣି ପରଦିନ ଆଉ ଥରେ ଆତ୍ମହତ୍ୟାର ଧମକ ଦେଇ ଯୁବତୀଙ୍କୁ ଏକ ହୋଟେଲକୁ ନେଇ ସେଠାରେ ତାଙ୍କ ଖାଦ୍ୟ ପାନୀୟରେ ନିଶା ମିଶାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । 

ତେବେ ସେତିକିରେ ସରି ନଥିଲା କଥା । ଯୁବତୀଙ୍କ ସହ ଶାରୀରିକ ସଂପର୍କର ଅନ୍ତରଙ୍ଗ ଭିଡିଓ ଉଠାଇଥିଲେ ସନୋଜ । ବାରମ୍ବାର ଶାରୀରିକ ସଂପର୍କକୁ ଯୁବତୀ ବିରୋଧ କରୁଥିବା ବେଳେ ହୋଟେଲରେ କରିଥିବା ଅଶ୍ଳୀୟ ଭିଡିଓକୁ ସୋସିଆଲ ମିଡିଆରେ ଛାଡି ଦେବାର ଧମକ ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲେ ସନୋଜ ।

ବିବାହର ପ୍ରତିଶ୍ରୁତି ସହ ସିନେମାରେ କାମ କରିବାର ଲୋଭ ଦେଖାଇ ଯୁବତୀଙ୍କୁ ମୁମ୍ବାଇ ଡକାଇ ଲଗାତାର ଶାରୀରିକ ନିର୍ଯାତନା ସହ ମାରପିଟ କରୁଥିବା ଯୁବତୀ ଅଭିଯୋଗ କରିଛନ୍ତି ।

ତେବେ ଶାରୀରିକ ନିର୍ଯାତନା ସହ ଆଉ ଏକ ସାଙ୍ଘାତିକ ଖୁଲାସା କରିଛନ୍ତି ଯୁବତୀ ଜଣଙ୍କ । ସନୋଜ ଯୁବତୀଙ୍କୁ ଲଗାତାର ୩ୟ ଥର ପାଇଁ ଗର୍ଭପାତ କରାଇଥିଲେ ଏବଂ ପୁନଶ୍ଚ ଅଶ୍ଳୀଳ ଭିଡିଓ ସବୁ ସାର୍ବଜନୀନ କରିବାର ଧମକ ଦେବା ପରେ ସନୋଜଙ୍କ ଠାରୁ ଦୂରେଇ ଆସି ପୋଲିସରେ ଅଭିଯୋଗ କରିଥିଲେ ଯୁବତୀ । ଆଉ ଯୁବତୀଙ୍କ ଅଭିଯୋଗର ତଦନ୍ତ କରି ଶେଷରେ ନିର୍ଦ୍ଦେଶକ ସନୋଜଙ୍କୁ ଗିରଫ କରାଯାଇଛି ।