ଫିଲ୍ମ ନିର୍ମାତା ରାଜ କୁମାର ବଡ଼ଯାତ୍ୟାଙ୍କ ପରଲୋକ

ମୁମ୍ବାଇ: ଖ୍ୟାତନାମା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜ କୁମାର ବଡ଼ଯାତ୍ୟାଙ୍କର ଆଜି ମୁମ୍ବାଇରେ ପରଲୋକ ଘଟିଛି। ରାଜଶ୍ରୀ ପ୍ରଡକ୍ସନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସୁରଜ ବଡ଼ଯାତ୍ୟାଙ୍କ ପିତା ରାଜକୁମାର ବଡ଼ଯାତ୍ୟାଙ୍କର ଆଜି ସକାଳେ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍‌ସ ହସ୍ପିଟାଲରେ ପରଲୋକ ଘଟିଛି। ରାଜ କୁମାର ‘ହମ୍‌ ଆପ୍‌କେ ହୈ କୌନ୍‌’, ‘ହମ୍‌ ସାଥ୍‌ ସାଥ୍‌ ହୈ, ‘ବିବାହ’ ଏବଂ ‘ପ୍ରେମ୍‌ ରତନ ଧନ ପାୟୋ’ ଭଳି ସଫଳ ଚଳଚିତ୍ରର ନିର୍ମାତା ଥିଲେ।

ସମ୍ବନ୍ଧିତ ଖବର