ନକ୍ସଲବାଦ ଉପରେ ଫିଲ୍ମ ନିର୍ମାଣ କରିବ ଦାନ୍ତେୱାଡା ପୁଲିସ

ଦାନ୍ତେୱାଡା: ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ନକ୍ସଲଙ୍କ ବାସ୍ତବତାକୁ ନେଇ ସ୍ଥାନୀୟ ପୁଲିସ ଏକ ସିନେମା କରିବାକୁ ଯୋଜନା କରିଛି | ଏହି ଫିଲ୍ମରେ ପୁଲିସ ଓ ଆତ୍ମସମର୍ପଣ କରିଥିବା ନକ୍ସଲ ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଜଣାପଡିଛି | ‘ନୂଆ ସକାଳର ସୁରୁଜ’ ନାମରେ ଏହି ଫିଲ୍ମ ନିର୍ମାଣ ହେବାକୁ ଥିବାବେଳେ ଏହି ଫିଲ୍ମର ଲେଖକ ଓ ଗୀତିକାର ପୁଲିସ ଅଧିକାରୀ ହେବେ |

Image Source: Zee News

ଏହି ଫିଲ୍ମ ମାଧ୍ୟମରେ ପୁଲିସ ଯୁବପିଢୀ ଓ ଛାତ୍ରଙ୍କୁ ନକ୍ସଲଙ୍କ ବର୍ବରତା ବାବଦରେ ଜଣାଯିବ | ଫିଲ୍ମର କାହାଣୀ ଓ ଗୀତ ଲେଖିବେ ଦାନ୍ତେୱାଡାର ଅତିରିକ୍ତ ଏସପି ସୁରଜ ସିଂ | ତେବେ ଅଭିନୟ କରିବା ପାଇଁ ୧୦୦ ଜଣ ଯବାନଙ୍କୁ ନିଆଯାଇଛି | କୁହାଯାଉଛି ଏହି ଫିଲ୍ମ ମାଧ୍ୟମରେ ଦାନ୍ତେୱାଡାରେ ନକ୍ସଲଙ୍କ ପ୍ରକୋପକୁ ଦର୍ଶାଯିବା ସହ ନିରୀହ ଜନତାଙ୍କ ଉପରେ ନକ୍ସଲମାନେ କିଭଳି ଅତ୍ୟାଚାର କରୁଛନ୍ତି ତାହାକୁ ଦେଖାଯିବ |

୧୦ ମିନିଟର ଏହି କ୍ଷୁଦ୍ର ଫିଲ୍ମ ପାଇଁ ଭିଲାଇ, ରାୟପୁରର ଯବାନଙ୍କର ଗୋଟିଏ ଟିମ ଦାନ୍ତେୱାଡାରେ ପହଁଚିଯାଇଛନ୍ତି | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଵ ଅଭିନୟ କରିବାକୁ ଥିବାବେଳେ ସମସ୍ତ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ ଏହି ଫିଲ୍ମ ଦେଖାଯିବ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର