ନୂଆଦିଲ୍ଲୀ: ଫିଲ୍ମନିର୍ମାତା ପ୍ରଦୀପ ସରକାରଙ୍କର ଆଜି ୬୭ ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛି ଦିନ ହେଲା ଗୁରୁତର ଅସୁସ୍ଥ ଥିଲେ। ଶରୀରରେ ପୋଟାସିୟମ ସ୍ତର ଅତି ସାଂଘାତିକ ଭାବେ କମି ଯାଇଥିଲା। ଆଜି ଭୋର ପ୍ରାୟ ୨.୩୦ ସମୟରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା।
ପ୍ରଦୀପ ସରକାରଙ୍କୁ ମୁମ୍ବାଇର ଏକ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଥିବା ବେଳେ ରାତି ୩.୩୦ ସମୟରେ ତାଙ୍କର ପରଲୋକ ହୋଇଛି। ‘ପରିଣୀତା’, ‘ଲଗା ଚୁନରି ମେଁ ଦାଗ୍’ ଭଳି କେତେକ ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ପ୍ରଦୀପ ସରକାର। ତାଙ୍କ ବିୟୋଗରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/42-13.jpg)