ରାୟପୁର: ସାହସୀ କୁକୁରକୁ ଶେଷ ବିଦାୟ ଦେଲେ ଯବାନ । ନକ୍ସଲ ଗୁଳିରେ ଟଳି ପଡିଥିବା ସନ୍ଧାନୀ କୁକୁର ‘ଇଗୋ’କୁ ବିଦାୟ ଦେଲା ବେଳେ ଆଖିରେ ଆଖିଏ ଲୁହ ନେଇ ଗୁଡ୍ ବାଏ କହିଛନ୍ତି ବୀର ଯବାନ । କାରଣ ‘ଇଗୋ’ ଖାଲି ସିଆରପିଏଫ ବାଟାଲିୟନର ଡ୍ୟୁଟି ଡଗ୍ ନଥିଲା ବରଂ ସେ ଥିଲା ଆପଣାର ପଶୁଟିଏ ଯିଏ ଅତୀତରେ ଅନେକ ସମୟରେ ଶତାଧିକ ଯବାନଙ୍କ ଜୀବନ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରୁ ବଞ୍ଚାଇଛି । ଆଉ ଆଜି ଯେତେବେଳେ ମାଓବାଦୀଙ୍କ ଗୁଳିରେ ତାର ମୃତ୍ୟୁ ହେଉଛି ସେତେବେଳେ ପୂରା ବାଟାଲିୟନର ଯବାନ ତାକୁ ସୈନ୍ୟ ସଲାମୀ ସହ ସସମ୍ମାନେ ଶେଷ ବିଦାୟ ଦେଇଛନ୍ତି ।
‘ଇଗୋ’ ବଞ୍ଚାଇଛି ଅନେକ ଜୀବନ
ତେବେ ବସ୍ତର ଡିଭିଜନରେ ମାଓବାଦୀଙ୍କ ଆକ୍ରମଣରେ ଗତକାଲି ସନ୍ଧାନୀ କୁକୁର ‘ଇଗୋ’ର ମୃତ୍ୟୁ ହୋଇଛି । ନିଜର ସାହସ ଏବଂ ଶୃଙ୍ଖଳା ପାଇଁ ବେଶ ପରିଚିତ ‘ଇଗୋ’ । ଜଙ୍ଗଲରେ ମାଓ ଅପରେସନ ବେଳେ ଆଇଇଡି ସନ୍ଧାନ କରିବାରେ ମାହିର । ତାର ଏହି ସନ୍ଧାନୀ ଗୁଣ ପାଇଁ ସେ ଅନେକ ଜୀବନ ବଞ୍ଚାଇବାରେ ସଫଳ ହୋଇଛି । ହେଲେ ସେହି ନକ୍ସଲ କାର୍ଯ୍ୟକଳାପରେ ତାର ଜୀବନ ଯିବା ପରେ ପୂରା କ୍ୟାମ୍ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଜଣେ ଯବାନ କହିଛନ୍ତି- ‘ଇଗୋ’ ଖାଲି ସନ୍ଧାନୀ କୁକୁର ନଥିଲା ସିଏ କ୍ୟାମ୍ପର ସମସ୍ତଙ୍କର ପ୍ରିୟ ଥିଲା । ତା ସାହସକୁ ଆମେ ସମସ୍ତେ ପ୍ରଶଂସା କରୁ । ତେବେ ‘ଇଗୋ’କୁ ପୁଷ୍ପ ଗୁଚ୍ଛ ସହ ନିରବ ପ୍ରାର୍ଥନା କରି ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଯବାନ ।
ଦେହରେ ପଡ଼ିଲା ତ୍ରିରଙ୍ଗା ପତାକା
ସହିଦ ଯବାନଙ୍କୁ ଯେମିତି ଭାବେ ଶେଷ ସଲାମୀ ଦିଆଯାଇ ମର୍ଯ୍ଦା/Eର ସହ ଅନ୍ତିମ ବିଦାୟ ଦିଆଯାଏ । ଠିକ୍ ସେମିତି ସନ୍ଧାନୀ କୁକୁର ‘ଇଗୋ’ର ବି ମର୍ଯ୍ଯାଦାର ସହ ଅନ୍ତିମ ସଂସ୍କାର ହୋଇଛି । ତା କଫିନରେ ତ୍ରିରଙ୍ଗ ପତାକା ପଡିଥିଲା । ଗାର୍ଡ ଅଫ ଅନର୍ ବି ଦିଆଯାଇଥିଲା ଏବଂ ଶେଷରେ ଫୁଲ ଧୂପ ଦେଇ ଇଗୋକୁ ସମାଧି ଦିଆଗଲା । ସତରେ ଯିଏ ଦେଶ ପାଇଁ କାମ କରିବ, ଦେଶ ପାଇଁ ଲଢେଇ କରିବ ତାର ବଳିଦାନ ପରେ ତାକୁ ଏ ମାଟି ଉଚିତ ସମ୍ମାନ ଦିଏ । ସିଏ ମଣିଷ ହେଉ କି ପଶୁ… ଯାହାର ବଡ ଉଦାହରଣ ସନ୍ଧାନୀ କୁକୁର ‘ଇଗୋ’ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/30/brave-k-9-dog-2025-10-30-18-18-30.jpg)