ଇସ୍ଲାମ୍ବାଦ୍: ପାକିସ୍ତାନର ଦସ୍ତାବିଜରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ, ଯେଉଁଥିରେ ଦାବି କରାଯାଇଛି ଯେ ଭାରତର ଅପରେସନ୍ ସିନ୍ଦୂର ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ବ୍ୟତୀତ ଅନ୍ୟ ଆଠଟି ସ୍ଥାନରେ ଭାରତୀୟ ବାୟୁସେନା ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି । ଏହି ସୂଚନା ପାକିସ୍ତାନର ସେନା ଓ ସରକାରୀ ସୂତ୍ରମାନଙ୍କ ରିପୋର୍ଟକୁ ଉଲ୍ଲେଖ କରି ପ୍ରସ୍ତୁତ କରାଯାଇଛି। ଅପରେସନ୍ ସିନ୍ଦୂର ଥିଲା ଏପ୍ରିଲ ୨୨ ତାରିଖରେ ଜମ୍ମୁକଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ। ଭାରତୀୟ ସେନା, ନୌସେନା ଓ ବାୟୁସେନାର ମିଳିତ ଅଭିଯାନରେ ଜୈସ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନ ସମ୍ପର୍କିତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ପାକିସ୍ତାନର ଦସ୍ତାବିଜ ଅନୁଯାୟୀ, ଭାରତର ଆକ୍ରମଣ କେବଳ ଆତଙ୍କବାଦୀ ଶିବିର ନୁହେଁ, ବରଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥାନକୁ ମଧ୍ୟ ନଷ୍ଟ କରିଛି । ଯାହା ପାକିସ୍ତାନ ସେନାରେ ଆତଙ୍କ ସୃଷ୍ଟି କରିଥିଲା ।
ରାୱଲପିଣ୍ଡି, ଲାହୋର, ଝାଙ୍ଗ, ସୌରକୁଟ, ବାୱାଲନଗର, ରହିମ୍ ୟାର ଖାନ୍, ପେଶାୱାର, କରାଚୀ, ହାଇଦ୍ରାବାଦ, ସୁକ୍କର, ଆଟୋକ୍, ଚାକ୍ବଲ, ଗୁଜରାଟ, କରାଚୀ, ମିଆନୋ, ଚୋର୍, ଗୁଜରନୱାଲା, ଲାହୋର ଆଦି ସ୍ଥାନରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/03/KbU8wTmjMDV8XiBLRqA4.jpg)