କଶ୍ମୀର ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିକିୟା ରଖିଲା ପାକିସ୍ତାନ; ଆମକୁ ବଦନାମ କର ନାହିଁ

ପୁଲଓ୍ଵାମା: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ଯବାନ ସହିଦ ହେବା ଘଟଣା ଏକ ‘ଗମ୍ଭୀର ଚିନ୍ତାର ବିଷୟ’ ବୋଲି ପାକିସ୍ତାନ କହିବା ସହ ଭାରତ ସରକାର ଓ ଗଣମାଧ୍ୟମ ସଂସ୍ଥା ବିନା କୌଣସି ତଦନ୍ତରେ ପାକିସ୍ତାନକୁ ବଦନାମ କରୁଛନ୍ତି ବୋଲି ମଧ୍ୟ କହୁଥିବା ଜାଣିବାକୁ ମିଳିଛି।

ଗତ ତିନି ଦଶକ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ। ଜୈଶ୍‌-ଇ-ମହମ୍ମଦ(ଜେଏମ୍‌) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଆତ୍ମଘାତୀ ଆକ୍ରମଣକାରୀ ଗୁରୁବାର ପୁଲଓ୍ଵାମା ଜିଲ୍ଲାରେ ସିଆର୍‌ପିଏଫ୍‌ ବସ୍‌ରେ ବିସ୍ଫୋଟକ ଭର୍ତ୍ତି ଥିବା ଏକ ଗାଡ଼ିକୁ ନେଇ ଧକ୍କା କରିଦେବା ପରେ ଦୁର୍ଘଟଣାରେ ୪୮ ଜଣ ଯବାନ ସହିଦ ହୋଇଥିବା ସୂଚନା ରହିଛି। ଏହା ଏକ ‘ଗମ୍ଭୀର ଚିନ୍ତାର ବିଷୟ’ ବୋଲି ପାକିସ୍ତାନର ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି।

ପାକିସ୍ତାନ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ‘ହିଂସାତ୍ମକ କାର୍ଯ୍ୟକ୍ରମକୁ ପାକିସ୍ତାନ ସବୁ ସମୟରେ ନିନ୍ଦା କରିଥାଏ। ବିନା କୌଣସି ତଦନ୍ତରେ ପାକିସ୍ତାନ ଆକ୍ରମଣ ଘଟାଇଛି ବୋଲି ଭାରତ ସରକାର ଓ ଗଣମାଧ୍ୟମ ଆଣୁଥିବା ଅଭିଯୋଗକୁ ପାକିସ୍ତାନ ଅସ୍ୱୀକାର କରୁଛି।’

ସମ୍ବନ୍ଧିତ ଖବର