ଘରେ ୯ ମାସର ଶିଶୁ ଶୋଇଥିବାବେଳେ ବାହାରୁ ତାଲା ପକାଇଦେଲେ ଫାଇନାନ୍ସ କର୍ମଚାରୀ

ଜୟପୁର: ରାଜସ୍ଥାନର ଜୟପୁରରେ ଫାଇନାନ୍ସ କର୍ମଚାରୀଙ୍କର ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି | ଘଟଣାଟି କିଛି ଏମିତି | ରାଜସ୍ଥାନର ରୂପନଗଡ଼ରେ କିସ୍ତି ଶୁଝିନଥିବାରୁ ଜଣେ ବ୍ୟକ୍ତିଙ୍କ ଘର ସିଲ କରିବାକୁ ଫାଇନାନ୍ସ କର୍ମଚାରୀମାନେ ଆସିଥିଲେ | ଘରର ସଦସ୍ୟମାନେ ଘର ବାହାରକୁ ଚାଲିଆସିଥିବାବେଳେ ଘରେ ୯ ମାସର ଶିଶୁ ରହିଯାଇଥିଲା | ପରିବାରର ସଦସ୍ୟ ବାରମ୍ବାର ଫାଇନାନ୍ସ କର୍ମଚାରୀଙ୍କୁ ଶିଶୁଟିକୁ ଆଣି ଦେବାକୁ କହିଥିବାବେଳେ ସେମାନେ କିନ୍ତୁ ଶୁଣିନଥିଲେ |

Photo-News 18.com

ଶିଶୁଟି ଭୋକ ବିକଳରେ କାନ୍ଦୁଥିବାବେଳେ ଫାଇନାନ୍ସ କର୍ମଚାରୀମାନେ ବାହାରୁ ତାଲା ପକାଇ ପଳାଇଯାଇଥିଲେ | ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା | ଘଟଣା ବାବଦରେ ସ୍ଥାନୀୟ ବିଧାୟକ ସୁରେଶ ସିଂ ରାଜସ୍ଥାନ ବିଧାନସଭାର ଶୂନ୍ୟ କାଳରେ ଉଠାଇଥିଲେ |

କିସ୍ତି ଟଙ୍କା ପାଇଁ ଫାଇନାନ୍ସ କର୍ମଚାରୀମାନେ କିଭଳି ଜୁଲୁମ କରିଛନ୍ତି ସେ ବାବଦରେ କହିଥିଲେ | ବିଧାୟକଙ୍କ ପାଖରୁ ଏହି ଘଟଣା ବାବଦରେ ଜାଣିବା ପରେ ବାଚସ୍ପତି ଏ ନେଇ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି | ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଅଦାଲତରେ ଏହି ମାମଲା ଚାଲିଥିବାବେଳେ କିଭଳି ଫାଇନାନ୍ସ କର୍ମଚାରୀମାନେ ଘରେ ତାଲା ପକାଇ ଦେଇଥିଲେ | କିସ୍ତି ସାମ୍ନାରେ ମାନବିକତା କିଭଳି ବଳି ପଡିଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି |

ସମ୍ବନ୍ଧିତ ଖବର