ନୂଆଦିଲ୍ଲୀ: ସୋମବାର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଦେଶର ନାଗରିକଙ୍କୁ ସଚ୍ଚୋଟତାର ସହ କର ଦେବାକୁ ନିବେଦନ କରିଛନ୍ତି। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ତୈଳ ବିକ୍ରିରୁ ଆସୁଥିବା ଆୟ ଉପରୁ ରାଜସ୍ୱ ନିର୍ଭରଶୀଳତା ହ୍ରାସ ପାଇବ। ଅନ୍ୟପକ୍ଷରେ ପରୋକ୍ଷ ଭାବେ ପେଟ୍ରୋଲ ଓ ଡିଜେଲ୍ ଉପରୁ ଅବକାରୀ ଶୁଳ୍କ ହ୍ରାସ ହେବ ନାହିଁ ବୋଲି ସେ ସୂଚିତ କରିଛନ୍ତି।
ସୋମବାର ଫେସ୍ବୁକ୍ରେ ଏକ ପୋଷ୍ଟିଂ ଜରିଆରେ ଅର୍ଥମନ୍ତ୍ରୀ ଜେଟ୍ଲି ଲେଖିଛନ୍ତି ଯେ ରାଜନୈତକି ନେତୃବୃନ୍ଦ ଏବଂ ଜନମତ ସୃଷ୍ଟିକାରୀ ବ୍ୟକ୍ତିବିଶେଷଙ୍କୁ ମୁଁ ଅନୁରୋଧ କରୁଛି କି ସେମାନେ ‘ଅଣ-ତୈଳ କର’ ସଂଗ୍ରହ କ୍ଷେତ୍ରରେ ରିହାତି ହାସଲକୁ ନିରୁତ୍ସାହିତ କରନ୍ତୁ। ଯଦି କରଦାତାମାନେ ସଚ୍ଚୋଟ ଭାବେ ସେମାନଙ୍କ କର ଦିଅନ୍ତି ,ତେବେ ତୈଳ ରାଜସ୍ୱ ଉପରେ ନିର୍ଭରଶୀଳତା କମିବ। ଯଦି ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଚାପ ହେତୁ ଅବକାରୀ ଶୁଳ୍କ ହ୍ରାସ କରାଯାଏ, ତେବେ ଦେଶର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡ଼ିବ।
Republic Worldଏଠାରେ ଉଲ୍ଲେଖଯୋଗ୍ୟ କି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଗତ ସପ୍ତାହରେ ଦାବି କରିଥିଲେ କି କେନ୍ଦ୍ର ସରକାର ଚାହିଁଲେ ପେଟ୍ରୋଲ ଉପରୁ ୨୫ ଟଙ୍କା ପର୍ଯ୍ୟନ୍ତ କର ହ୍ରାସ କରିପାରିବେ। ଏହାର ଜବାବରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି କି ତୈଳ ଉପରୁ କର ହ୍ରାସ ଦେଶକୁ ଋଣଯନ୍ତାକୁ ଠେଲି ଦେବ। ସରକାରଙ୍କ ହିସାବ ଅନୁଯାୟୀ, ଟଙ୍କାଟିଏ ବି ଯଦି ପେଟ୍ରୋଲ ଓ ଡିଜେଲ୍ ଉପରୁ ହ୍ରାସ କରାଯାଏ ଦେଶର ରାଜସ୍ୱ ୧୩,୦୦୦କୋଟି କ୍ଷତି ସହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/arun-jaitley-G1.jpg)