ଆମେରିକା ଯଦି ପାକିସ୍ତାନରେ ପଶି ଅଲକାଏଦା ମୁଖ୍ୟ ଓସମା ବିନ ଲାଦେନକୁ ମାରିପାରୁଛି, ଆମେ କାହିଁକି ନୁହେଁ ?: ଅରୁଣ  ଜେଟଲୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାରେ ଉତ୍ତେଜନା ଜାରି ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ  ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ଦେଶର ଶୀର୍ଷସ୍ତରୀୟ ଗୁଇନ୍ଦା ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ପାକିସ୍ତାନକୁ କଡ଼ା ଜବାବ ଦେବାପାଇଁ ରଣନୀତି ପ୍ରସ୍ତୁତ ହୋଇଛି।

ଦେଶରେ ସ୍ଥିତି ଘଡ଼ିକୁ ଘଡ଼ି ପରିବର୍ତ୍ତନ ହେଉଛି । ଉଭୟ ଦେଶରେ ଉତ୍ତେଜନା ସ୍ଥିତି ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଆଜିର ପରିସ୍ଥିତିରେ ସବୁ କିଛି ସମ୍ଭବ । ଆମେରିକା ଯଦି ପାକିସ୍ତାନରେ ପଶି ଅବୋଟ୍ଟାବାଦରୁ ଅଲକାଏଦା ମୁଖ୍ୟ ଓସମା ବିନ ଲାଦେନକୁ ମାରିପାରୁଛି, ଆମେ କାହିଁକି ନୁହେଁ ?  ଦିନେ ଏହା କଳ୍ପନା ଥିଲା, ଇଚ୍ଛା ଥିଲା କିନ୍ତୁ ଏବେ ହୁଏତ ଏହା ସମ୍ଭବ ମନେ ହେଉଛି। ଆଜି ବି କିଛି ଘଟିପାରେ।

ଜେଟଲୀଙ୍କ ଏହି ବୟାନର ଅନେକ ଅର୍ଥ ବାହାରୁଛି । ଏହାର ଅର୍ଥ ଭାରତ ପାକିସ୍ତାନ ଭିତରେ ପଶି ଜୈଶ ଠିକଣା ଉପରେ ବଡ଼ ଧରଣର ଆକ୍ରମଣ କରିବାର ସମ୍ଭାବନା ରହିଛି । ତେବେ ଆଗାମୀ ସମୟରେ ଭାରତ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଉପରେ ସମସ୍ତଙ୍କ ନଜର ରହିଲା ।

ସମ୍ବନ୍ଧିତ ଖବର