ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଆଗତ କରିଛନ୍ତି । ଏହି ରିପୋର୍ଟରେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ସ୍ଥିତି ସଂପର୍କରେ ଆଲୋକପାତ କରାଯାଇଛି । ରିପୋର୍ଟକୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ବରନଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ ପ୍ରସ୍ତୁତ କରିଛନ୍ତି ।
ରିପୋର୍ଟରେ କୁହାଯାଇଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବ । ଏହା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ର ଆକଳନ ୬.୫% ଓ ବିଶ୍ବ ବ୍ୟାଙ୍କର ଆକଳନ ୬.୭% ସହ ମେଳ ଖାଉଛି । ସରକାରଙ୍କ ମୁଦ୍ରାସ୍ପୀତି ପରିଚାଳନାରେ ସୁଫଳ ମିଳିଛି ଓ ତାହା ନିୟନ୍ତ୍ରଣରେ ରହିଛି । ନୂଆ ଆର୍ଥିକ ବର୍ଷରେ ଜିଏସଟି ଆଦାୟ ୧୧ ପ୍ରତିଶତ ବୃଦ୍ଧି ପାଇ ୧୦.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

୨୦୨୪-୨୫ ଅର୍ଥନୈତିକ ସର୍ଭେ ଅନୁଯାୟୀ, “ନିର୍ମାଣ କ୍ଷେତ୍ର ଉଲ୍ଲେଖନୀୟ ପ୍ରଗତି କରିଛି, ଆର୍ଥିକ ବର୍ଷ ୨୦୨୧ ମଧ୍ୟଭାଗରୁ ଗତି ବୃଦ୍ଧି ପାଇଛି ଏବଂ ମହାମାରୀ ପୂର୍ବ ତୁଳନାରେ ପ୍ରାୟ ୧୫ ପ୍ରତିଶତ ଅଭିବୃଦ୍ଧି ପାଇଛି। ଏହା ଏକ ପ୍ରଭାବଶାଳୀ ସଫଳତା, ଯାହା ଦୃଢ଼ ଭିତ୍ତିଭୂମି ଅଭିବୃଦ୍ଧି ଏବଂ ଗୃହ ଚାହିଦା ଦ୍ୱାରା ପରିଚାଳିତ।”
ନିଯୁକ୍ତି ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବକୁ ନେଇ ଅର୍ଥନୈତିକ ସର୍ଭେରେ ଚେତାବନୀ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଁ ବାହ୍ୟ ଚ୍ୟାଲେଞ୍ଜକୁ ଦାୟୀ କରାଯାଇଛି। ରପ୍ତାନି ହ୍ରାସ ନେଇ ମଧ୍ୟ ସର୍ଭେରେ ଉଲ୍ଲେଖ କରାଯାଇଛି। ଉତ୍ପାଦନ କ୍ଷେତ୍ରରେ ଚୀନ୍ ଉପରେ ନିର୍ଭରଶୀଳତାକୁ ନେଇ ଅର୍ଥନୈତିକ ସର୍ଭେରେ ଚିନ୍ତା ପ୍ରକଟ କରାଯାଇଛି। ସର୍ବେକ୍ଷଣରେ ଶିଳ୍ପଗୁଡ଼ିକର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2021/06/nirmala.jpg)