୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଦେଶକୁ ସ୍ୱାବଲମ୍ବୀ କରିବ : ସୀତାରମଣ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛି । ଏହି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଏହି ପ୍ୟାକେଜର ଲକ୍ଷ୍ୟ ହେଉଛି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବା ।

ତେବେ ଏହାର ଅର୍ଥ ନୁହେଁ ଯେ ଭାରତ ବିଶ୍ୱରେ ଏକ ଏକୁଟିଆ ଦେଶ ହେବାକୁ ଚାହୁଁଛି, ଏହାର ଅର୍ଥ ହେଉଛି ଏକ ସ୍ୱାବଲମ୍ବୀ ଭାରତ ।
ମୋଦୀଙ୍କ ଘୋଷଣା ଅନୁସାରେ ପ୍ରତିଦିନ ଗୋଟିଏ ଗୋଟିଏ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରାଯିବ ।

ଏହି ପ୍ୟାକେଜରେ ଲାଣ୍ଡ (ଭୂମି),ଲେବର(ଶ୍ରମ), ଲିକ୍ୱିଡିଟି( ନଗଦ ଅର୍ଥ) ଓ ଲ (ଆଇନ) କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି । ଆଜିର ଘୋଷଣା ମଧ୍ୟରେ ରହିଛି।

-ଦେଶୀ ବ୍ରାଣ୍ଡମାନଙ୍କୁ ବିଶ୍ବରେ ପରିଚିତ କରାଇବା ଉପରେ ଗୁରୁତ୍ବ । ଦେଶରେ କେହି ଭୋକିଲା ନ ରହୁ ଏହା ସରକାରଙ୍କ ଲକ୍ଷ୍ୟ I ପ୍ୟାକେଜ୍ ଘୋଷଣା ପୂର୍ବରୁ ଦୀର୍ଘ ସମୟ ଧରି ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ।

-ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି। ଏମଏସଏମଇ ପାଇଁ ୧୦ ହଜାର କୋଟିର ‘ଫଣ୍ଡସ୍ ଅଫ୍ ଫଣ୍ଡ’। ଏହି ପଦକ୍ଷେପରୁ ୪୫ ଲକ୍ଷ ଏମଏସଏମଇକୁ ଲାଭ ମିଳିବ। ସଙ୍କଟରେ ଥିବା ଏମଏସଏମଇକୁ ୨୦ ହଜାର କୋଟି I

-ଏମଏସଏମଇକୁ ୩ ଲକ୍ଷ କୋଟିର ବିନା ଗ୍ୟାରେଣ୍ଟିରେ ଋଣ I ଏମଏସଏମଇକୁ ଏକ ବର୍ଷ ଯାଏଁ କିସ୍ତି ଦେବାରୁ ରିହାତି।

-କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପ, ୨୫ କୋଟିର ବକେୟା ଥିବା ଶିଳ୍ପ ବି ଋଣ ନେଇ ପାରିବେ I ବାର୍ଷିକ ୧୦୦ କୋଟି ଟଙ୍କାର ଟର୍ଣ୍ଣ ଓଭର ଥିବା ସଂସ୍ଥା ନେଇପାରିବେ ଋଣ I

-ଆଗାମୀ ୩ ମାସ ଯାଏ ଘରୋଇ କମ୍ପାନି କର୍ମଚାରୀଙ୍କ ଇପିଏଫ ଦେବେ ସରକାର।  ଜୁନ, ଜୁଲାଇ ଓ ଅଗଷ୍ଟ ମାସର ଇପିଏଫ ରାଶି ସରକାର ବହନ କରିବେ। ୧୫ ହଜାରରୁ କମ ବେତନ ପାଉଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ।  ମୋଟ ୭୨ ଲକ୍ଷ ୨୨ ହଜାର କର୍ମଚାରୀଙ୍କୁ ଏହି ସୁବିଧା ମିଳିବ।

ସମ୍ବନ୍ଧିତ ଖବର