ଆରବିଆଇର ଗଚ୍ଛିତ ଥିବା ଟଙ୍କାରୁ ଏକ-ତୃତୀୟାଂଶ ନେବେ ମୋଦି ସରକାର

ନୂଆଦିଲ୍ଲୀ: ଆରବିଆଇ ପାଖରେ ଗଚ୍ଛିତ ରହିଥିବା ଏକ-ତୃତୀୟାଂଶ(୩.୬ ଲକ୍ଷ କୋଟି) ଟଙ୍କାକୁ କେନ୍ଦ୍ର ସରକାର ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଆରବିଆଇଠାରୁ ନେବାକୁ ଥିବା ଏହି ଟଙ୍କାକୁ ଦେଶର ଅଭିବୃଦ୍ଧି ଅର୍ଥାତ ସର୍ବସାଧାରଣ ହିତରେ ବ୍ୟବହାର କରାଯିବା ନେଇ ଯୋଜନା ରହିଛି।

ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୧୯ ତାରିଖରେ ଆରବିଆଇ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଏଥିରେ ସରକାର ଆରବିଆଇ ଗଭର୍ଣ୍ଣରଙ୍କ କ୍ଷମତାକୁ କମାଇବା ପାଇଁ ଏକ ସ୍ୱତନ୍ତ୍ର ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି।  ମିଳିଥିବା ଖବର ମୁତାବକ, ଆରବିଆଇ ପାଖରେ ମୋଟ ୯.୬ ଲକ୍ଷ କୋଟି ଟଙ୍କା ଗଚ୍ଛିତ ହୋଇ ରହିଛି । ଆରବିଆଇ ଏତେ ପରିମାଣର ଅର୍ଥକୁ ଗଚ୍ଛିତ କରି ରଖିବା ଦ୍ଵାରା କୌଣସି ଫଇଦା ନାହିଁ। ଏହି ଅର୍ଥକୁ ଗଚ୍ଛିତ କରିବା ଅପେକ୍ଷା ଦେଶର ବିକାଶ ଦିଗରେ ବ୍ୟବହାର କଲେ ଦେଶବାସୀ ଉପକୃତ ହୋଇପାରିବେ ବୋଲି ସରକାର ମତ ଦେଇଛନ୍ତି। ଏବେ ସରକାର ଆରବିଆଇର ଗଚ୍ଛିତ ୯.୬ ଲକ୍ଷ କୋଟି ଟଙ୍କାରୁ ୩.୬ ଲକ୍ଷ କୋଟିକୁ ନେଇ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରିବେ ବୋଲି ଯୋଜନା ରଖିଛନ୍ତି।

 

ସମ୍ବନ୍ଧିତ ଖବର