ଏଫ୍ଏଟିଏଫ୍‌ରେ ଭାରତର କର୍ତ୍ତୃତ୍ବକୁ ପାକିସ୍ତାନର ବିରୋଧ

ଇସଲାମାବାଦ : ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ଉପରେ ଅନୁଧ୍ୟାନ କରୁଥିବା ପ୍ୟାରିସ ସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ଫିନାନ୍ସିଆଲ୍ ଆକ୍ସନ ଟାକ୍ସ ଫୋର୍ସ(ଏଫ୍ଏଟିଏଫ) ଦ୍ବାରା ପାକିସ୍ତାନ କଳା ତାଲିକାଭୁକ୍ତ ହେବା ଆଶଙ୍କାରେ ଏବେ ଭାରତ ଉପରେ ରାଗ ଶୁଝାଇବାକୁ ଚାହୁଛି। ଏଫ୍ଏଟିଏଫର ଯୁଗ୍ମ ଅଧ୍ୟକ୍ଷ ଥିବା ଭାରତ ଯୋଗୁଁ ଏପରି ଏକଘରକିଆ ହୋଇଥିବା ନିଶ୍ଚିତ ହେଲା ପରେ ପାକିସ୍ତାନ ଏବେ ଭାରତକୁ ଉକ୍ତ ସଂସ୍ଥାର ଅଧ୍ୟକ୍ଷତାରୁ ହଟାଇବା ପାଇଁ ଦାବି କରିଛି। ସୂଚନାଯୋଗ୍ୟ, ଉକ୍ତ ସଂସ୍ଥାର ସଦସ୍ୟ ଥିବା ପାକିସ୍ତାନ ନିଜ ମାଟିରେ ଆସ୍ଥା ଜମାଇଥିବା ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟକଳାପରେ ରୋକ ଲଗାଇବାରେ ବିଫଳ ହେବାରୁ ଗତ ଜୁନ୍ ମାସରେ ଏହାକୁ ଏଫ୍ଏଟିଏଫ ଧୂସର ତାଲିକାଭୁକ୍ତ କରି ସତର୍କ କରାଇଥିଲା।

ସମ୍ବନ୍ଧିତ ଖବର