ଏଣିକି ଅର୍ଦ୍ଧ ସାମରିକ ବଳଙ୍କୁ ମିଳିବ ଗ୍ରୁପ୍‌-ଏ ଅଧିକାରୀଙ୍କ ଭଳି ଆର୍ଥିକ ଲାଭ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(ସିଆର୍‌ପିଏଫ୍‌), ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌),  ଆଇଟିବିପି ଏବଂ ସିଆଇଏସଏଫ ଆଦି କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ଅଧିକାରୀଙ୍କୁ ବଡ଼ ଆଶ୍ୱସ୍ଥି ପ୍ରଦାନ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏବେ ଏହି ଅର୍ଦ୍ଧ ସାମରିକ ବଳର ଅଧିକାରୀଙ୍କୁ ବି ଗ୍ରୁପ୍‌-ଏ ସମୂହ ଅଧିକାରୀ ପରି ଆର୍ଥିକ ଓ ଅପଗ୍ରେଡେସନର ଲାଭ ମିଳିବ। ବିଚାରପତି ରୋହିଙ୍ଗଟନ୍‌ ଏଫ୍‌ ନରିମନଙ୍କ ଅଧ୍ୟକ୍ଷତା ରେ ଗଠିତ ହୋଇଥିବା ଏକ ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ପିଟିସନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରିମ୍‌କୋର୍ଟ।

 

 

ପୂର୍ବରୁ ହାଇକୋର୍ଟ ସିଆରପିଏଫ୍‌, ବିଏସଏଫ୍‌, ଆଇଟିବିପି, ସିଆଇଏସଏଫ୍‌ ଆଦିକୁ ସଂଗଠିତ ବଳ ମାନି ଏହାର ଅଧିକାରୀମାନଙ୍କୁ ଗ୍ରୁପ୍‌-ଏ ଅଧିକାରୀଙ୍କ ଭଳି ଆର୍ଥିକ ଲାଭ ଓ ଅପଗ୍ରେଡେସନର ଆଦେଶ ଦେଇଥିଲେ। ଏବେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ସିଆରପିଏଫ୍‌, ବିଏସଏଫ୍‌, ଆଇଟିବିପି, ସିଆଇଏସଏଫ୍‌ ଆଦିର ଅଧିକାରୀଙ୍କୁ ମଧ୍ୟ ଗ୍ରୁପ୍‌-ଏ ଅଧିକାରୀଙ୍କ ପରି ବ୍ୟବହାର କରାଯିବ। ଏହାସହ ଏହି ଅଧିକାରୀମାନଙ୍କ ପଦୋନ୍ନତିରେ ମଧ୍ୟ ଫାଇଦା ହେବ  ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର