ଆତଙ୍କବାଦ ପାଇଁ କୋଲକାତାରେ ହେଉଛି ଅର୍ଥ ନେଣଦେଣ : ଏନଆଇଏ

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକ ଚାଞ୍ଚଲ୍ୟକର ସୂଚନା ଦେଇଛି । ଏଜେନ୍ସି କହିଛି ଯେ କୋଲକାତା ଆଇଏସଆଇ, ଆତଙ୍କବାଦୀ ଓ ପାକ ଗୁପ୍ତଚରମାନଙ୍କ ଆର୍ଥିକ ନେଣଦେଣର ଏକ କେନ୍ଦ୍ର ପାଲଟିଛି ।

nia

କୋଲକାତା : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକ ଚାଞ୍ଚଲ୍ୟକର ସୂଚନା ଦେଇଛି । ଏଜେନ୍ସି କହିଛି ଯେ କୋଲକାତା ଆଇଏସଆଇ, ଆତଙ୍କବାଦୀ ଓ ପାକ ଗୁପ୍ତଚରମାନଙ୍କ ଆର୍ଥିକ ନେଣଦେଣର ଏକ କେନ୍ଦ୍ର ପାଲଟିଛି ।

ସୂଚନା ଆଧାରରେ ଏନଆଇଏ ଜାଣିବାକୁ ପାଇଛି ଯେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି କୋଲକାତାକୁ ଆତଙ୍କବାଦ ପାଇଁ ଆର୍ଥିକ ନେଣଦେଣର କେନ୍ଦ୍ର କରିଛି କାରଣ ଏହି ସ୍ଥାନରୁ ସ୍ଲିପର ସେଲ୍ ଅପରେଟିଭଙ୍କୁ ସାହାଯ୍ୟ ମିଳୁଛି। ଜାତୀୟ ତଦନ୍ତ ସଂସ୍ଥା କୋଲକାତାର କିଛି ସ୍ଥାନ ଚିହ୍ନଟ କରିଛି ଯେଉଁଠାରୁ ମୋତି ରାମ ଜାଟ ଏବଂ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ମଧ୍ୟରେ ଆକାଉଣ୍ଟରେ ଆର୍ଥିକ କାରବାର ହୋଇଥିଲା।

ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଏନଆଇଏ କିଛିଦିନ ତଳେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଥିଲା। ଏହି ଯବାନ ପହଲଗାମରେ ପୋଷ୍ଟିଂ ହୋଇଥିଲେ। ଆକ୍ରମଣର କିଛି ଦିନ ପୂର୍ବରୁ ତାଙ୍କୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଏନଆଇଏ କିଛିଦିନ ତଳେ ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ଗିରଫ କରିଥିଲା। ଏହି ଯବାନ ପହଲଗାମରେ ପୋଷ୍ଟିଂ ହୋଇଥିଲେ। ଆକ୍ରମଣର କିଛି ଦିନ ପୂର୍ବରୁ ତାଙ୍କୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ମୋତି ରାମ ଗତ ୨ ବର୍ଷ ଧରି ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗ ହୋଇଛି। ଜାତୀୟ ତଦନ୍ତ ସଂସ୍ଥାର ତଦନ୍ତରେ ଏହା ସାମ୍ନାକୁ ଆସିଛି। 

ଶନିବାର ଦିନ ଏନଆଇଏ ଅଧିକାରୀମାନେ ପଶ୍ଚିମବଙ୍ଗର ମୋମିନପୁରର ଏକ ଟ୍ରାଭେଲ ଏଜେନ୍ସି ଦୋକାନରେ ଚଢାଉ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଦୋକାନରୁ ମୋତିରାମଙ୍କ ସହ ଅନେକ ଥର ଅର୍ଥ ନେଣଦେଣ ହୋଇଥିଲା । ଏପରିକି ପହଲଗାମ ଆକ୍ରମଣ ପୂର୍ବରୁ ମଧ୍ୟ କିଛି ଅର୍ଥ ପ୍ରଦାନ ହୋଇଥିଲା। ଏଜେନ୍ସି ସୋମବାର ଦୋକାନ ମାଲିକ ମୌସୁଦ ଆଲମଙ୍କୁ ସମନ କରିଥିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe