କେନ୍ଦ୍ର ସରକାରଙ୍କୁ ସମୟ ଦେଲେ ସହିଦ ଯବାନ ଔରଙ୍ଗଜେବଙ୍କ ବାପା: ୭୨ ଘଣ୍ଟା ଭିତରେ ଆତତାୟୀଙ୍କୁ ଖୋଜି ଗୁଳି ମାର

ଜମ୍ମୁ: ଗୁରୁବାର ସନ୍ଧ୍ୟାରେ ପୁଅକୁ ଅପହରଣ କରି ହତ୍ୟା କରିଥିବା ଆତତାୟୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଖୋଜି ବାହାର କରି ହତ୍ୟା କରିବାକୁ ନିହତ ଭାରତୀୟ ସେନାର ରାଇଫଲ୍‌ମ୍ୟାନ୍‌ ଔରଙ୍ଗ୍‌ଜେବଙ୍କ ବାପା କେନ୍ଦ୍ର ସରକାରଙ୍କୁ ସମୟ ଦେଇଛନ୍ତି।

ସୂଚନାଯୋଗ୍ୟ କି  ଜମ୍ମୁ କଶ୍ମୀରର  ପୁଲଓ୍ଵାମା ଜିଲ୍ଲାରେ .ସେନା ଯବାନ ଔରଙ୍ଗ୍‌ଜେବଙ୍କୁ ଜୁନ ୧୪ ତାରିଖରେ ଆତଙ୍କବାଦୀମାନେ ଅପହରଣ କରିନେବାପରେ ହତ୍ୟା କରିଛନ୍ତି।  ତାଙ୍କ ବେକ ଓ ମୁଣ୍ଡକୁ ଗୁଳି କରି ଆତଙ୍କବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି। ୪୪ ଆର ଆର କ୍ୟାମ୍ପ୍‌ର ଉକ୍ତ ଯବାନଙ୍କ ନାମ ଔରଙ୍ଗଜେବ ଏବଂ ସେ ଇଦ୍‌ ଛୁଟି ମଂଜୁର ହେବାପରେ ଆଜି ସକାଳେ ଏକ କାର୍‌ ବୁକ୍‌ କରି ରାଜୌରିର ପିର୍‌ ପଞ୍ଜଲ୍‌ ଭ୍ୟାଲି ସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ରାସ୍ତାରେ ପୁଲ୍‌ଓ୍ଵାମା ଜିଲ୍ଲାର କାଲାମପୁରା ଅଞ୍ଚଳରେ ତାଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଅଟକାଇ ତାଙ୍କୁ ଅପହରଣ କରିନେଇଥିଲେ। ସନ୍ଧ୍ୟାରେ ଗୁଳିବିଦ୍ଧ ମୃତଦେହ ମିଳିବା ପରେ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଔରଙ୍ଗଜେବ୍‌ ଗତ ଏପ୍ରିଲ ୩୦ ତାରିଖରେ ହିଜବୁଲ୍‌ ମୁଜାହିଦ୍ଦିନ୍‌ କମାଣ୍ଡର ସମୀର ଟାଇଗର ଏବଂ ତା’ର ଅନ୍ୟ ସହଯୋଗୀଙ୍କୁ ନିପାତ ଅପରେସନରେ ସାମିଲ ହୋଇଥିଲେ।

ସାମ୍ବାଦିକମାନଙ୍କୁ ଔରଙ୍ଗ୍‌ଜେବଙ୍କ ବାପା କହିଛନ୍ତି: ମୋ ପୁଅର ଆତତାୟୀମାନଙ୍କ ବିରୋଧରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ପାଇଁ ଭାରତ ସରକାରଙ୍କର କ’ଣ ଅସୁବିଧା ହେଉଛି। ଯଦି ୭୨ ଘଣ୍ଟା ମଧ୍ୟରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ଔରଙ୍ଗ୍‌ଜେବ ହତ୍ୟାର ପ୍ରତିଶୋଧ ମୁଁ ନେବି। ସେନାର ଜଣେ ମେଜର ମଧ୍ୟ ଔରଙ୍ଗ୍‌ଜେବଙ୍କ  ହତ୍ୟାର ପ୍ରତିଶୋଧ ନେବେ ବୋଲି ଟୁଇଟ୍ କରିଛନ୍ତି।

ଜମ୍ମୁ ଓ କଶ୍ମୀରରେ ସହିଦଙ୍କ ଉପରେ ରାଜନୀତି କରୁଥିବା ଲୋକଙ୍କୁ ଔରଙ୍ଗ୍‌ଜେବଙ୍କ ବାପା ଅବସରପ୍ରାପ୍ତ ସେନା କର୍ମଚାରୀ ସମାଲୋଚନା କରିଛନ୍ତି।

୨୦୦୩ରୁ ଜମ୍ମୁ ଓ କଶ୍ମୀରରୁ କାହିଁକି ଆତଙ୍କବାଦୀମାନେ ନିପାତ ହୋଇ ପାରୁ ନାହାନ୍ତି।

ଆମର ଇଚ୍ଛା ଥିଲା ଔରଙ୍ଗଜେବ୍‌ ସହ ଇଦ୍‌ ପାଳନ କରିବାକୁ। ଏବେ ତାହା ଅପୂରଣୀୟ ରହିଗଲା ବୋଲି ଛଳ ଛଳ ଆଖିରେ କହନ୍ତି ବୃଦ୍ଧ ପିତା।
ଔରଙ୍ଗଜେବଙ୍କ ଘର ପୁଞ୍ଚ୍‌ ଠାରେ। ତାଙ୍କର ଶେଷକୃତ୍ୟରେ ଶୋକାକୁଳ ପରିବାରବର୍ଗଙ୍କ ସହ ଶହ ଶହ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର