ବଦାଉଁ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ବଦାଉଁ ଜିଲ୍ଲା ଅନ୍ତର୍ଗତ ନେକପୁର ଅଞ୍ଚଳରେ ଜଣେ ପାଞ୍ଚ କନ୍ୟାର ଜନକ ନିଜ ଆସନ୍ନ ପ୍ରସବା ପତ୍ନୀଙ୍କର ପେଟ ଚିରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତାଙ୍କର ଷଷ୍ଠ ସନ୍ତାନଟି ମଧ୍ୟ କନ୍ୟା ହେବା ଆଶଙ୍କାରେ ସେ ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବା ପାଇଁ ଏପରି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କର ତଳିପେଟକୁ କ୍ଷତବିକ୍ଷତ କରିବା ଘଟଣା ଆଲୋଡ଼ନ ଆଣିଛି। ଖବର ପାଇ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ଗୁରୁତର ଆହତ ପତ୍ନୀଙ୍କୁ ବରେଲି ଡାକ୍ତରଖାନାରେ ଭର୍ତ୍ତି କରାଇଛି।
ପୁଲିସ ସୂଚନାନୁଯାୟୀ, ପାନ୍ନାଲାଲ ନାମକ ଏହି ଅଭିଯୁକ୍ତ ଜଣକ ସଚେତନତା ଅଭାବରୁ ପ୍ରତି ଥର କନ୍ୟା ସନ୍ତାନ ହେବା ପରେ ପରେ ପତ୍ନୀଙ୍କୁ ହିଁ ଏଥିପାଇଁ ଦୋଷ ଦେଇ ଆସୁଥିଲେ। ତେବେ ଏଥର ତାଙ୍କ ପତ୍ନୀ(୩୬ ବର୍ଷ) ସାତ ମାସର ଗର୍ଭବତୀ ଥିବା ବେଳେ ସେ ପୁତ୍ରସନ୍ତାନ ଜନ୍ମଦେବେ କି ନାହିଁ ତାହା ଜାଣିବା ପାଇଁ ପାନ୍ନାଲାଲ୍ ଏପରି ଜଘନ୍ୟ କାଣ୍ଡ ଘଟାଇଥିଲେ। ତେବେ ଗର୍ଭବତୀଙ୍କର ଚିତ୍କାର ଶୁଣି ପଡ଼ିଶା ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/pregnantwomen855675-250.jpg)