ଗୋପାଳପୁର: ଶୀତଳାପଲ୍ଲୀ ସ୍ଥିତ ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ବିଜୟ କୁମାର ରେଡ୍ଡୀ ବିଭିନ୍ନ ସମୟରେ ଚକ୍ଖଡ଼ିରେ ସୂକ୍ଷ୍ମ କାରିଗରୀ କରି ପ୍ରିୟଭାଜନ ହୋଇଥିବା ବେଳେ ସଂପ୍ରତି ଚନ୍ଦ୍ରଯାନ-୩ର ଏକ କଳାକୃତି ଚକ୍ଖଡ଼ିରେ ପ୍ରସ୍ତୁତ କରିଛନ୍ତି। ଗୋଟିଏ ଦିନର ପରିଶ୍ରମରେ ଏକ ଇଞ୍ଚର ଚକ୍ଖଡ଼ିରେ ଚନ୍ଦ୍ରଯାନ-୩ର ଚିତ୍ର ନିର୍ମାଣ କରି ଏହାକୁ ରଙ୍ଗ ଦେଇଥିଲେ।
ପୂର୍ବରୁ ବିଜୟ ଚକ୍ଖଡ଼ିରେ ବିଭିନ୍ନ ସୂକ୍ଷ୍ମ କାରିଗରୀ ପ୍ରସ୍ତୁତ କରି ରାଜ୍ୟପାଳ, ଉପରାଷ୍ଟ୍ରପତି, ୫-ଟି ସଚିବ, ବାଚସ୍ପତି, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏଭଳି କଳାକୃତି ନିର୍ମାଣ କରି ଓଡ଼ିଶାର ନାମକୁ ଆଗକୁ ବଢ଼ାଇବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ବିଜୟ କହିଛନ୍ତି। ସୂଚନାଯୋଗ୍ୟ, ବିଜୟ ଇଂଜିନିୟରିଂ ପାଠପଢ଼ା ସହ ଚକ୍ଖଡ଼ିରେ ଏଭଳି କଳାକୃତି କରି ଉଚ୍ଚ ପ୍ରଶଂସିତ ହେବା ସହ ଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇଛନ୍ତି।