ଦ୍ରୁତଗତିରେ ଗାଡ଼ି ଚଲାଇବା ମହଙ୍ଗା ପଡ଼ିଲା, ଚାଳକଙ୍କୁ ୭ କୋଟି ୪୬ ଲକ୍ଷ ଟଙ୍କାର ଗଣିବାକୁ ପଡ଼ିଲା ତଣ୍ଡ

ନୂଆଦିଲ୍ଲୀ: ବାରମ୍ବାର ଗାଡ଼ି ଚାଳକଙ୍କୁ ସଚେତନ କରାଇ କୁହାଯାଇଥାଏ ଦ୍ରୁତ ଗତି ମହାବିପତ୍ତି। ଟ୍ରାଫିକ ନିୟମ ମାନି ଗାଡ଼ି ଚଲାନ୍ତୁ।

ନିକଟରେ ଦ୍ରୁତଗତିରେ ଗାଡି ଚଲାଇବା ହେତୁ ଜଣେ ଚାଳକଙ୍କୁ ମହଙ୍ଗା ପଡିଛି । ଉକ୍ତ ଗାଡ଼ି ଚାଳକଙ୍କ ଠାରୁ ପୁଲିସ ୭ କୋଟି ୪୬ ଲକ୍ଷ ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି ।

ପୂର୍ବରୁ ନ୍ୟୁଜ୍ ଚ୍ୟାନେଲରେ କିମ୍ବା ପେପରରେ ପଢିଥିବେ ଗାଡିର କାଗଜପତ୍ର ନଥିଲେ, ସିଟ୍ ବେଲ୍ଟ ବାନ୍ଧି ନଥିଲେ, ଭୁଲରାସ୍ତାରେ ଗାଡି ଚଳାଇଲେ କିମ୍ବା ଦ୍ରୁତ ଗତିରେ ଗାଡି ଚଲାଇ ଚାଳକ ଲକ୍ଷାଧିକ ଟଙ୍କା ତଣ୍ଡ ଗଣିଛନ୍ତି । କିନ୍ତୁ ବର୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣିଲେ ଆପଣବି ଦ୍ରୁତ ଗତିରେ ଗାଡି ଚଲାଇବା ପୂର୍ବରୁ ଶହେଥର ଭାବିବେ ।

ସ୍ୱିଜରଲ୍ୟାଣ୍ଡ ଜଣେ ୩୭ ବର୍ଷିୟ ମର୍ସିଡିଜ୍ କାର ମାଲିକ ଓଭର ସ୍ପିଡ ଡ୍ରାଇଭିଂ କରିଥିଲେ। ଏହି କାରଣ ପାଇଁ ସେ ୭ କୋଟି ୪୬ ଲକ୍ଷ ଟଙ୍କାର ତଣ୍ଡ ଗଣିଛନ୍ତି । କାର ଚାଳକ ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ କାର ଚଲାଉଥିଲେ । ଆଉ ଗାଡିରେ ସ୍ପିଡୋ ମିଟର ବି ଲଗାଇ ନଥିଲେ । ଏତେ ଦ୍ରୁତଗତିରେ ଗାଡି ଚଲାଇବା କାରଣରୁ ପୁଲିସ ୭କୋଟିରୁ ଅଧିକ ଟଙ୍କାର ଚାଲାଣ କାଟିଥିଲା ।

 

ସମ୍ବନ୍ଧିତ ଖବର