ଡ୍ରାଇଭର ଓ ହୋମ ଡେଲିଭରି ବୟ ଲିଫ୍ଟ ବ୍ୟବହାର କଲେ ଦେବେ ୩୦୦ ଟଙ୍କାର ଫାଇନ

ହାଇଦ୍ରାବାଦ: ଡ୍ରାଇଭର, ଘରୋଇ ସହାୟିକା ଓ ହୋମ ଡେଲିଭରି ବୟ ବ୍ୟବହାର କରିପାରିବେନି ଲିଫ୍ଟ | ଲିଫ୍ଟ ବ୍ୟବହାର କଲେ ଦେବେ ୩୦୦ ଟଙ୍କାର ଫାଇନ | କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା! ଭାରତରେ ଲୋକଙ୍କ ଭିତରେ ଭେଦଭାବ କିଛି ନୂଆ ନୁହେଁ। ଦୁଃଖର କଥା ଯେ, ଏପରି ଅନେକ ଉଦାହରଣ ଅଛି ଯେଉଁଠାରେ ଘରୋଇ ସହାୟିକା, ହୋମ ଡେଲିଭରି କରୁଥିବା ବ୍ୟକ୍ତି ଓ ଡ୍ରାଇଭରଙ୍କ ପ୍ରତି ପ୍ରତିଦିନ ଭେଦଭାବ କରାଯାଏ |

ତେବେ ବର୍ତ୍ତମାନ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଡ୍ରାଇଭର, ଘରୋଇ ସହାୟିକା ଓ ହୋମ ଡେଲିଭରି ବୟଙ୍କ ପ୍ରତି ଭେଦଭାବ କରାଯାଇଛି | ହାଇଦ୍ରାବାଦର ଏକ ହାଉସିଂ ସୋସାଇଟି ଏଠାରେ ରହୁଥିବା ଲୋକମାନେ ସେମାନଙ୍କ ଡ୍ରାଇଭର, ଘରୋଇ ସହାୟିକା ଓ ହୋମ ଡେଲିଭରି ବୟଙ୍କୁ ମୁଖ୍ୟ ଲିଫ୍ଟ ବ୍ୟବହାର ନକରିବାକୁ କହିଛି | ଆଉ ସୋସିଆଲ ମିଡିଆରେ ଏହି ନୋଟିସ ଏବେ ଭାଇରାଲ ହେବାରେ ଲାଗିଛି |

ଏହି ନୋଟିସରେ ଲେଖାଯାଇଛି ଯେ ‘ଯଦି ଡ୍ରାଇଭର, ଘରୋଇ ସହାୟିକା ଓ ହୋମ ଡେଲିଭରି ବୟମାନେ ମୁଖ୍ୟ ଲିଫ୍ଟ ବ୍ୟବହାର କରନ୍ତି, ତେବେ ୩୦୦ ଟଙ୍କା ଜରିମାନା ଲାଗୁ ହେବ। ଅବଶ୍ୟ, କିଛି ଲୋକ ମଧ୍ୟ ଏହାକୁ ଏକ କୋଭିଡ ସତର୍କତା ପଦକ୍ଷେପ ବୋଲି କହିଛନ୍ତି । ତେବେ ବହୁତ ଲୋକ ଏହାକୁ ସମାଲୋଚନା କରିଛନ୍ତି |

ସମ୍ବନ୍ଧିତ ଖବର