ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ୫୭୭ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୧ଠାରୁ ସାରା ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ ଚହଳ ପଡିଯାଇଛି । ଲୋକମାନେ ଗାଡି ଘରୁ ବାହାର କରିବାକୁ ଡରୁଛନ୍ତି, କାଳେ ଚାଲାଣ କଟିଯିବ । ତେବେ ଏହି ବାହାନାରେ ଦୁର୍ଘଟଣା ପରିମାଣ ମଧ୍ୟ ହ୍ରାସ ପାଇଛି । ସରକାରଙ୍କ ଆୟ ମଧ୍ୟ ବଢିଛି ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଗତ ସେପ୍ଟେମ୍ବର ୧ଠାରୁ ସାରା ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ୧୮ଟି ରାଜ୍ୟରେ ମୋଟ ୫୭୭ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି । ଉତ୍ତରପ୍ରଦେଶରେ ସର୍ବାଧିକ ୨୦୧ କୋଟି ଟଙ୍କା ଆଦାୟ କରାଯାଇଥିବାବେଳେ ତା ତଳକୁ ବିହାର ଓ ଗୁଜୁରାଟ ଅଛନ୍ତି । ସବୁଠୁ କମ ଜରିମାନା ଆଦାୟ ହୋଇଛି ଗୋଆରେ । ଗୋଆରେ ଏହି ସମୟ ମଧ୍ୟରେ ମୋଟ ମାତ୍ର ୫୮ଟି ଚାଲାଣ କଟାଯାଇ ୭୮୦୦ ଟଙ୍କା ଆଦାୟ ହୋଇଛି । ମହାରାଷ୍ଟ୍ରରେ ଏହି ନୂଆ ଆଇନ ଲାଗୁ କରାଯାଇନଥିବାରୁ ମାତ୍ର ୬୪୧୬ଟି ଚାଲାଣ କଟାଯାଇ ୪ କୋଟି ଟଙ୍କା ଆଦାୟ ହୋଇଛି । ଦୁଇଦିନ ତଳେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର