ଓଲା ଫାଇନାନ୍ସିଆଲ ସର୍ଭିସେସ୍‌କୁ ୧.୬୭ କୋଟି ଜରିମାନା

ମୁମ୍ବାଇ : କେୱାଇସି ସଂପର୍କିତ ନିୟମ ପାଳନ କରୁ ନଥିବା କାରଣରୁ ରିଜର୍ଭ ବ୍ୟାଙ୍କ ଓଲା ଫାଇନାନ୍ସିଆଲ ସର୍ଭି‌ସେସ୍ ଉପରେ ୧ କୋଟି ୬୭ ଲକ୍ଷ ୮୦ ହଜାର ଟଙ୍କାର ଜରିମାନା ଲଗାଇଛି। ଏ ସଂପର୍କରେ ଘୋଷଣା କରି ରିଜର୍ଭ ବ୍ୟାଙ୍କ କହିଛି ସଂସ୍ଥା କେୱାଇସି ନିୟମ ପାଳନ କରୁ ନଥିଲା। ତେଣୁ ପେମେଣ୍ଟ ଆଣ୍ଡ୍ ସେଟେଲମେଣ୍ଟ୍ ସିଷ୍ଟମ୍ସ ଆକ୍ଟ ୨୦୦୭ର ଧାରା ୩୦ ଅଧୀନରେ ଉକ୍ତ ଜରିମାନା ଲାଗୁ ହୋଇଛି। ପ୍ରଥମେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସଂସ୍ଥା ପକ୍ଷରୁ ଉତ୍ତର ମିଳିବା ପରେ ଜରିମାନା ଲାଗୁ କରାଯାଇଛି। ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଗତକାଲି ନିୟମ ପାଳନ କରିଥିବା ଅଭିଯୋଗରେ ମହାରଷ୍ଟ୍ରର ୩ଟି ସମବାୟ ବ୍ୟାଙ୍କ ଉପରେ ମଧ୍ୟ ଜୋରିମାନା ଲଗାଇଛି।

ସମ୍ବନ୍ଧିତ ଖବର