ମସ୍କୋ : ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁରୋପରେ ଭୟର ବାତାବରଣ ଖେଳିଯାଇଛି । ଅଧିକରୁ ଅଧିକ ଦେଶ ନାଟୋ ସଦସ୍ୟ ହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଦୁଇ ୟୁରୋପୀୟ ଦେଶ ଫିନଲାଣ୍ଡ ଓ ସ୍ବିଡେନ ନାଟୋ ସଦସ୍ୟ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦେଶ ଆସନ୍ତା ବୁଧବାରଦିନ ନାଟୋ ସଦସ୍ୟ ହେବା ପାଇଁ ଆବେଦନ ପତ୍ର ଦାଖଲ କରିବେ । ତେବେ ତୁର୍କୀ ଏହି ଦୁଇ ଦେଶ ନାଟୋ ସଦସ୍ୟତାକୁ ବିରୋଧ କରୁଛି । ପୁଣି ଏହି ଦୁଇ ଦେଶ ନାଟୋ ସଦସ୍ୟ ହେବାପରେ ରୁଷ ଆହୁରି ଆକ୍ରାମକ ହେବା ଆଶଙ୍କା କରାଯାଉଛି ।
ପୂର୍ବରୁ ଏହି ପ୍ରସଙ୍ଗରେ ରୁଷ୍ ଏକ କଡ଼ା ଚେତାବନୀ ଦେଇ କହିଥିଲା ଯେ ଯଦି ଫିନଲାଣ୍ଡ୍ ଏବଂ ସ୍ବିଡେନ୍ ନାଟୋରେ ଯୋଗ ଦିଅନ୍ତି ତେବେ ବାଲ୍ଟିକ୍ ସାଗର ଅଞ୍ଚଳରେ ପରମାଣୁ ଅସ୍ତ୍ର ମୁତୟନ ହେବ । ଫିନ୍ଲାଣ୍ଡ୍ ଏବଂ ସ୍ବିଡେନ୍ ଯଦି ଉତ୍ତେଜନା ବୃଦ୍ଧିର କାରଣ ହେବେ ଏବଂ ରୁଷ୍ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବେ ତା’ହେଲେ ତାହାର ପ୍ରତିକାର ବ୍ୟବସ୍ଥା କରାଯିବ । ଏହି ଦୁଇ ଦେଶ ନାଟୋରେ ଯୋଗ ଦେବାକୁ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ରୁଷ୍ ଇଜ୍କାନ୍ଦର କ୍ଷେପଣାସ୍ତ୍ର, ହାଇପରସୋନିକ୍ ଅସ୍ତ୍ର ଏବଂ ପରମାଣୁ ଅସ୍ତ୍ର ସଂପନ୍ନ ଯୁଦ୍ଧ ଜାହାଜ ବାଲଟିକ୍ ସାଗର ଅଞ୍ଚଳରେ ମୁତୟନ କରିବ ଏବଂ ନିଜର ସୁରକ୍ଷା ପାଇଁ ସାମରିକ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/nato.jpg)