ହେଲସିଙ୍କି: ଫିନଲାଣ୍ଡର ବିଦାୟୀ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କର ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଯୁଗ୍ମଭାବେ ଆବେଦନ କରିଥିବା ବୁଧବାର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ୨୦୨୦ରେ ଉଭୟଙ୍କର ବିବାହ ହୋଇଥିଲା, ଯଦିଚ ସେମାନେ ୧୯ ବର୍ଷ ଧରି ଏକାଠି ରହିଆସିଛନ୍ତି ଓ ସେମାନଙ୍କର ଗୋଟିଏ ୫ ବର୍ଷର ଝିଅ ଅଛି। ଇନଷ୍ଟାଗ୍ରାମ୍‌ରେ ଉଭୟେ ଭିନ୍ନ ଭିନ୍ନ ପୋଷ୍ଟରେ ନିଜର ବିବାହ-ବିଚ୍ଛେଦ ବିଷୟରେ ସୂଚନା ଦେବା ସହ କହିଛନ୍ତି ଯେ ଛାଡ଼ପତ୍ର ହେଲେ ମଧ୍ୟ ସେମାନେ ସର୍ବୋତ୍ତମ ବନ୍ଧୁ ହୋଇ ରହିବେ। ଗତମାସରେ ମାରିନଙ୍କ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଫିନଲାଣ୍ଡର ସାଧାରଣ ନିର୍ବାଚନରେ ପରାଜିତ ହୋଇଛି। ୩୭ ବର୍ଷୀୟା ମାରିନ ଯେତେବେଳେ ୨୦୧୯ରେ କ୍ଷମତାକୁ ଆସିଥିଲେ, ସେ ଥିଲେ ବିଶ୍ବର କନିଷ୍ଠତମ ପ୍ରଧାନମନ୍ତ୍ରୀ।