‘ପାର୍ଟି ଭିଡିଓ’ ଯୋଗୁଁ ବିବାଦ ହେବାରୁ ‘ଡ୍ରଗ୍‌ ଟେଷ୍ଟ୍‌’ କରାଇଲେ ଫିନ୍‌ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ସାନା ମାରିନ୍‌

ହେଲ୍‌ସିଙ୍କି: ବିରୋଧୀ ଦଳର ନେତାମାନଙ୍କ ଦାବି ଅନୁଯାୟୀ, ଫିନ୍‌ଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ‘ଡ୍ରଗ୍‌ ଟେଷ୍ଟ୍‌’ କରାଇବା ସହ ସେ ବେଆଇନ ଡ୍ରଗ୍‌ ସେବନ କରି ନ ଥିବା କଥା ପ୍ରତିଜ୍ଞା କରି କହିଛନ୍ତି।

ସୂଚନାଯୋଗ୍ୟ, ୩୬ ବର୍ଷୀୟ ମାରିନ୍‌ ଯୋଗ ଦେଇଥିବା ‌ଗୋଟାଏ ‘ପାର୍ଟି ଭିଡିଓ’ ଭାଇରାଲ୍‌ ହେବା ପରେ ବିରୋଧୀ ଦଳର ନେତାମାନେ ତଙ୍କର ‘ଡ୍ରଗ୍‌ ଟେଷ୍ଟ୍‌’ କରାଇବାକୁ ଦାବି କରିଥିଲେ। ଉକ୍ତ ‘ପାର୍ଟି’ରେ ମାରିନ୍‌ ପ୍ରସିଦ୍ଧ ପ୍ରଭାବଶାଳୀ ବ୍ୟକ୍ତି ଓ ଶିଳ୍ପୀମାନଙ୍କ ସହିତ ଯୋଗ ଦେବା ସହ ନିଜ ବନ୍ଧୁମାନଙ୍କ ଗହଣରେ ନାଚଗୀତରେ ମାତିଥିଲେ। ଏ ସବୁର ଦୃଶ୍ୟ ଭାଇରାଲ୍‌ ହୋଇଥିବା ଉକ୍ତ ଭିଡିଓରେ ରହିଛି।

କିନ୍ତୁ, ମାରିନ୍‌ କହିଛନ୍ତି ଯେ, ଉକ୍ତ ଶନିବାର ରାତିରେ ସେ କ୍ଳାନ୍ତ ହୋଇ ପଡ଼ି ନ ଥିଲେ ଏବଂ ସରକାରୀ କାର୍ଯ୍ୟ ସମ୍ପାଦନ କରି ପାରିବାର ସାମର୍ଥ୍ୟ ଥିଲା। ଆବଶ୍ୟକସ୍ଥଳେ, ସେ ଅଫିସ୍‌କୁ ଯାଇପାରି ଥାଆନ୍ତେ।

Image Courtesy of Time to Time

ଏକ ସାମ୍ବାଦିକ ସମ୍ମିଳନୀରେ ମାରିନ୍‌ କହିଛନ୍ତି, ଅଳ୍ପ ଦିନ ହେବ ସର୍ବସାଧାଣରେ ଗୁରୁତ୍ବର ଅଭିଯୋଗ ହେଉଛି ଯେ, ଡ୍ରଗ୍‌ ସେବନ କରାଯାଇଥିବା ସ୍ଥାନରେ ମୁଁ ଥିଲା ବା ମୁଁ ଡ୍ରଗ୍‌ ସେବନ କରୁଥିଲି। ଏ ଅଭିଯୋଗ ସବୁକୁ ମୁଁ ଗୁରୁତର ବୋଲି ବିଚାର କରୁଛି। ଡ୍ରଗ୍‌ ଟେଷ୍ଟ୍‌ କରିବାକୁ ହେଉଥିବା ଦାବି ଅଯୌକ୍ତିକ ଏବଂ ଅନ୍ୟାୟ ହେଲେ ବି ମୋର ଆଇନଗତ ସୁରକ୍ଷା ଏବଂ ସନ୍ଦେହ ଦୂର କରିବା ଲାଗି ଆଜି ମୁଁ ଡ୍ରଗ୍‌ ଟେଷ୍ଟ୍‌ କରାଇଛି। ସପ୍ତାହକ ମଧ୍ୟରେ ତା’ର ଫଳାଫଳ ଆସିଯିବ।

ଉଲ୍ଲେଖଯୋଗ୍ୟ, ସାନା ‘ପାର୍ଟି’ କରୁଥିବାର ଭିଡିଓ ‘ଲିକ୍‌’ ହେବା ପରେ ହଠାତ୍‌ ତାଙ୍କ ବିଷୟରେ ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା। ଶାସନ କାର୍ଯ୍ୟରେ ସମୟ ନ ଦେଇ ଅନେକ ସଙ୍ଗୀତ ଉତ୍ସବ ଏବଂ ‘ପାର୍ଟି’ରେ ସମୟ ଅତିବାହିତ କରୁଥିବାରୁ ତାଙ୍କୁ ପୂର୍ବରୁ ମଧ୍ୟ ଅନେକ ଥର ସମାଲୋଚନା କରାଯାଇଛି।

ସେ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟା ନୁହନ୍ତି ବୋଲି ସମାଲୋଚକମାନେ କହିନ୍ତି।

ସମ୍ବନ୍ଧିତ ଖବର