ମୁମ୍ବାଇ: ଅଭିନେତା ରଜତ ବେଦୀଙ୍କ ବିରୋଧରେ ଏତଲା। ଅଭିନେତା କାରରେ ଯାଉଥିବା ବେଳେ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲେ। ଏବେ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ମୁମ୍ବାଇର ଡିଏନ୍ ନଗର ପୁଲିସ ଷ୍ଟେସନରେ ଅଭିନେତାଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ତେବେ ଦୁର୍ଘଟଣା ଘଟାଇବା ପରେ ଅଭିନେତା ଆହତ ରାଜେଶ ଡୁଟଙ୍କୁ କୁପର୍ ଡାକ୍ତରଖାନାକୁ ନେଇଥିଲେ ବୋଲି ଜଣାପଡ଼ିଛି । ରାଜେଶଙ୍କ ପତ୍ନୀଙ୍କ କହିବା ମୁତାବକ, ରଜତ ସାହାଯ୍ୟ କରିବେ ବୋଲି କହି ଡାକ୍ତରଖାନାକୁ ଚାଲିଯାଇଛନ୍ତି।
ତାଙ୍କ କହିବା ମୁତାବକ, ମୋ ସ୍ବାମୀ କାମ ସାରି ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ୬.୩୦ରେ ରଜତଙ୍କ ଗାଡ଼ି ରାଜେଶଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ରାଜେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହା ପରେ ରଜତ ରାଜେଶଙ୍କୁ କୁପର ହସ୍ପିଟାଲରେ ଆଣି ଭର୍ତ୍ତି କରିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ଉଠାଇବେ ବୋଲି କହିଥିଲେ। ହେଲେ ପରେ ସେ କାମ ଅଛି ବୋଲି କହି ଚାଲିଯିବା ସହ ଏବେ ଆଉ ଫେରିନାହାନ୍ତି।
ଅନ୍ୟପକ୍ଷରେ କୁପର୍ ଡାକ୍ତରଖାନାର ଡାକ୍ତର କହିଛନ୍ତି ଯେ, ରାଜେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ଅଛି ଏବଂ ତାଙ୍କୁ ଆଇସିୟୁରେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-62.jpg)