ମୁମ୍ବାଇ: ମହାରାଷ୍ଟ୍ରରେ ଗୁରୁବାର କଂଗ୍ରେସର ଜଣେ ବିଧାୟକଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଥିଲା। ସମସ୍ତଙ୍କ ସମ୍ମୁଖରେ କଂଗ୍ରେସର ବିଧାୟକ ନିତେଶ ରାଣେ ଜଣେ ଇଞ୍ଜିନିୟରଙ୍କ ଉପରେ ବାଲଟିଏ କାଦୁଅ ଫିଙ୍ଗି ଥିବା ଘଟଣାକୁ ନେଇ ପୁଲିସ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରିଛି।

Advertisment

ଘଟଣା ପ୍ରଚାରିତ ହେବା ପରେ ନିତେଶ ତାଙ୍କ ସମର୍ଥକଙ୍କ ସହିତ କଙ୍କାଭାଲି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଇଞ୍ଜିନିୟରଙ୍କ ଉପରେ କାଦୁଆ ଫିଙ୍ଗି ଥିବା ଘଟଣାକୁ ନେଇ ନିତେଶ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୫୩, ୩୪୨, ୩୩୨, ୩୨୪, ୩୨୩, ୧୨୦ (ଏ), ୧୪୭, ୧୪୩, ୫୦୪, ୫୦୬ ଆଧାରରେ ମାମଲା ରୁଜୁ କରାଯାଇଛି।

ନିତେଶ ରାଣେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ନାରାୟଣ ରାଣେଙ୍କ ପୁଅ। ନାରାୟଣ ରାଣେ ନିଜ ପୁଅର ଏଭଳି କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିତେଶ ରାଣେ ଆଜି ଜଣେ ଇଞ୍ଜିନିୟରଙ୍କ ଉପରେ ବାଲଟିଏ କାଦୁଅ ଫିଙ୍ଗିବା ସହିତ ପୋଲରେ ବାନ୍ଧି ପକାଇ ଥିଲେ। ଏଭଳି ଏକ ମାମଲା ମୁମ୍ବାଇ-ଗୋଆ ହାଇେଓ୍ଵ ନିକଟସ୍ଥ କଙ୍କାଭାଲିରେ ଘଟିଛି। ଏଠାକୁ ଆଜି ବିଧାୟକ ନିତେଶ ନାରାୟଣ ରାଣେ ତାଙ୍କ ସମର୍ଥକଙ୍କ ସମେତ ପୋଲର ଯାଞ୍ଚ ପାଇଁ ପହଞ୍ଚିଥିଲେ।

publive-image

ଯାଞ୍ଚ ସମୟରେ ରାସ୍ତାରେ ସେମାନଙ୍କୁ ଅନେକ ଗାଡ଼ ଥିବା ଦେଖିବାକୁ ମିଳିଥିଲା। ଫଳରେ ବିଧାୟକ ନିତେଶ ନାରାୟଣ ରାଣେ କ୍ଷୁବ୍ଧ ହୋଇ ଯାଇଥିଲେ। ଏହାପରେ ସେ ଇଞ୍ଜିନିୟର ପ୍ରକାଶ ସେଡେକରଙ୍କୁ ଡକାଇ ଘଟଣା ବିଷୟରେ ଆଲୋଚନା କରିଥିଲେ। ରାଣେ ଏହି ଘଟଣାକୁ ନେଇ ଏତେ ରାଗି ଯାଇଥିଲେ ଯେ, ସେ ସମର୍ଥକଙ୍କ ଦ୍ୱାରା ଇଞ୍ଜିନିୟରଙ୍କ ଉପରେ ବାଲଟିଏ କାଦୁଆ ଆଣି ପକାଇ ଦେଇଥିଲେ ଏବଂ ତାଙ୍କୁ ପୋଲରେ ବାନ୍ଧି ପକାଇଥିଲେ।