ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଉମଙ୍ଗ ସିଂଘାରଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ଭୋପାଳ: ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ କଂଗ୍ରେସ ବିଧାୟକ ଉମଙ୍ଗ ସିଂଘାରଙ୍କ ନାମରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗରେ କଂଗ୍ରେସ ବିଧାୟକ ଉମଙ୍ଗ ସିଂଘାରଙ୍କ ନାମରେ ଧର୍‌ ଅନ୍ତର୍ଗତ ନୂଆଗାଓଁ ଥାନାରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି।

Image Courtesy of DailyPost Hariyana
himachal

ସୂଚନାଯୋଗ୍ୟ, ସିଂଘାର କଂଗ୍ରେସ ବିଧାୟକ ସିଂହାର ମଧ୍ୟପ୍ରଦେଶ ବିଧାନସଭାର ଗନ୍ଧୱାନି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଛନ୍ତି। ୨୦୧୯-୨୦ରେ ସେ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ଥିଲେ। ଜନଜାତି ସମ୍ପ୍ରଦାୟ ସହିତ ତାଙ୍କର ବିଶେଷ ନିବିଡ଼ତା ରହିଛି।

‘ଜାଗରଣ ନିଉଜ୍‌’ରୁ ସଂଗୃହୀତ ତଥ୍ୟ ଅନୁସାରେ, ପି.ଡବ୍ଲୁ.ଡି. କାର୍ଯ୍ୟାଳୟ ପଛପଟେ ବାସ କରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ୨୦୨୧ ନଭେମ୍ବରରୁ ୨୦୨୨ ନଭେମ୍ବର ୧୮ ପର୍ଯ୍ୟନ୍ତ ବିଧାୟକ ତାଙ୍କ ସହିତ ଅସଦାଚରଣ କରିଛନ୍ତି, ଆକ୍ରମଣ କରିଛନ୍ତି ଓ ନିର୍ଯାତନା ଦେଇଛନ୍ତି। ଏହାଛଡ଼ା, ବିଧାୟକ ତାଙ୍କ ସହିତ ଦୁଷ୍କର୍ମ ମଧ୍ୟ କରିଥିବା କଥା ସେ ଅଭି‌ଯୋଗ କରିଛନ୍ତି।

ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ବିଧାୟକ ସିଂଘାରଙ୍କ ନାମରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର