ପ୍ରବଚକ ଦେଵକୀନନ୍ଦନଙ୍କ ନାମରେ ଏତଲା ରୁଜୁ କଲା ପୁଲିସ, ମାରପିଟ ର ରହିଛି ଅଭିଯୋଗ

ଆଗ୍ରା: ଲୋକପ୍ରିୟ ପ୍ରବଚକ ତଥା ଭାଗବତ କଥାବାଚକ ଦେଵକୀନନ୍ଦନ ଠାକୁର ଓ ତାଙ୍କ ଭାଇଙ୍କ ନାମରେ ପୁଲିସ ଏତଲା ରୁଜୁ କରିଛି | ଜଣେ ଦଳିତଙ୍କ ଘରେ ପଶି ମାରପିଟ କରିବା, ଜାତିସୂଚକ ଶବ୍ଦ ବ୍ୟବହାର କରିବା ଓ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି | ମଥୁରାର ହାଇୱେ ଥାନାରେ ଏତଲା ଦିଆଯାଇଥିବାବେଳେ ପୁଲିସ ମାମଲା ରୁଜୁ କରିଛି | ମିଳିଥିବା ସୂଚନା ମୁତାବକ ଭାରତୀୟ ଦଣ୍ଡବିଧି ଆଇନର ଆଇପିସି ଧାରା ୩୫୪, ୩୨୩, ୪୫୨, ୫୦୪, ୫୦୬, ୧୪୭ ଛଡା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅଧିନିୟମର ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି |

Photo-One India Hindi

ଦେବକୀନନ୍ଦନ ଠାକୁର ଓ ତାଙ୍କ ଭାଇ ବିଜୟ ଶର୍ମାଙ୍କ ବିରୋଧରେ ପୁଷ୍ପେନ୍ଦ୍ର କୁମାର ଆର୍ଯ୍ୟ ନାମକ ଜଣେ ସାମ୍ବାଦିକ ଅଭିଜି କରିଥିଲେ | ଫେବୃୟାରୀ ୨୭ ତାରିଖରେ କରାଯାଇଥିବା ଏହି ଅଭିଯୋଗରେ ସାମ୍ବାଦିକ ଜଣକ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିବାର ଉଲ୍ଲେଖ କରିଥିଲେ | ଏହା ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ଦେଵକୀନନ୍ଦନଙ୍କୁ ଗିରଫ କରାଯାଇଥିଲା |

ଧାରା ୧୪୪ ଲାଗୁ ହେବା ପରେ ମଧ୍ୟ ପ୍ରଶାସନର ବିନା ଅନୁମତିରେ ଏସସି-ଏସଟି ଆଇନ ବିରୋଧରେ ପ୍ରଦର୍ଶନ କରିବାକୁ ଆଗ୍ରା ଯାଇଥିଲେ | ଯେଉଁଠି ତାଙ୍କୁ ଗିରଫ କରାଯାଇଥିଲା ଓ ପରେ ସେ ଜାମିନରେ ମୁକୁଳିଥିଲେ |

ସମ୍ବନ୍ଧିତ ଖବର