ଇନଷ୍ଟାଗ୍ରାମରେ ଭଗବାନ ଶିବଙ୍କ ଅବମାନନା ଅଭିଯୋଗ, ମାମଲା ରୁଜ୍ଜୁ

ନୂଆଦିଲ୍ଲୀ : ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବିରୋଧରେ ଦିଲ୍ଲୀରେ ଏକ ମାମଲା ଦାୟର କରାଯ଼ାଇଛି । ମନୀଷ ସିଂ ନାମକ ଦିଲ୍ଲୀର ଜଣେ ବ୍ୟକ୍ତି ଏହି ମାମଲା ଦାୟର କରିଛନ୍ତି ।
ତାଙ୍କ ଅଭିଯ଼ୋଗ ଅନୁସାରେ ଇନଷ୍ଟାଗ୍ରାମରେ ଅପଲୋଡ ହୋଇଥିବା ଏକ ଫଟୋରେ ଭଗବାନ ଶିବଙ୍କୁ ଗୋଟିଏ ହାତରେ ମଦ ଗ୍ଲାସ ଓ ଅନ୍ୟ ହାତରେ ମୋବାଇଲ ଧରାଯ଼ାଇଥିବା ଦେଖାଯ଼ାଇଛି । ଏହା ସହିତ ଭଗବାନ ଶିବ ଆଖି ମାରୁଥିବା ଦେଖାଯ଼ାଉଛି । ଏହା ଦ୍ବାରା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଜାଣିଶୁଣି ଆଘାତ କରାଯ଼ାଇଥିବା ମନିଷ ଅଭିଯ଼ୋଗ କରିଛନ୍ତି । ଇନଷ୍ଟାଗ୍ରାମରେ ଏହାକୁ ଏକ ଷ୍ଟିକର ଭାରେ ରଖାଯାଇଛି । ଏପରିକି ଏହାର ଏକ ଜିଆଇଏଫ ଫାଇଲ ମଧ୍ୟ ରଖାଯ଼ାଇଛି ।


ନିଜ ଆବେଦନରେ ମନିଷ ଇନଷ୍ଟାଗ୍ରାମର ସିଇଓ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ପାଇଁ ଦିଲ୍ଲୀ ପୁଲିସ ନିକଟରେ ଦାବି କରିଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ଏ ମାମଲାରେ ଆଉ କେତେକ ଅଭିଯ଼ୋଗ ମଧ୍ୟ ମିଳିଛି ।

ସମ୍ବନ୍ଧିତ ଖବର