ଚାଷୀ ମୃତ୍ୟୁ ସଂପର୍କରେ ଟ୍ବିଟ କରିଥିବା ସାମ୍ବାଦିକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ

ନୂଆଦିଲ୍ଲୀ : ଓ୍ବେବ ପୋର୍ଟାଲ ‘ଦି ଓ୍ବେୟାର’ର ସଂପାଦକ ସିଦ୍ଧାର୍ଥ ବର୍ଦ୍ଦରାଜନଙ୍କ ନାମରେ ପୁଲିସରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଗତ ଜାନୁଆରି ୨୬ରେ ଦିଲ୍ଲୀରେ ହୋଇଥିବା ଟ୍ରାକ୍ଟର ଶୋଭାଯାତ୍ରାବେଳେ ମୃତ୍ୟୁବରଣ କରିଥିବା ଜଣେ ଚାଷୀଙ୍କ ସଂପର୍କିତ ଏକ ଖବର  ‘ଦି ଓ୍ବେୟାର’ ରେ ପ୍ରକାଶ ପାଇଥିଲା ଓ ବର୍ଦ୍ଦରାଜନ ଏହାକୁ ଟ୍ବିଟରରେ ସେୟାର କରିଥିଲେ ।  ମିଥ୍ୟା ଆରୋପ ଲଗାଇବା, ଜାତୀୟ ସଂହତିକୁ ବିପନ୍ନ କରୁଥିବା ବୟାନ ଦେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏହି ଏଫଆଇଆର ଦାଏର କରାଯାଇଛି ।

ମୃତ୍ୟୁବରଣ କରିଥିବା ଚାଷୀ ଉତ୍ତରପ୍ରଦେଶରେ ରାମପୁର ଗାଁର ହୋଇଥିବାବେଳେ ଏହି ଏଫଆଇଆର କୁ ରାମପୁରର ଜଣେ ବ୍ୟକ୍ତି ଦାଏର କରିଛନ୍ତି ।

ଚାଷୀଜଣକ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୁଲିସ କହୁଛି । ମାତ୍ର ଉକ୍ତ ରିପୋର୍ଟରେ ଦାବି କରାଯାଇଛି ଯେ ମୃତ୍ୟୁବରଣ କରିଥିବା ଚାଷୀ ପୁଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି ବୋଲି ମୃତକଙ୍କ ପରିବାରକୁ ପୋଷ୍ଟମୋର୍ଟମ କରିଥିବା ଡାକ୍ତର କହିଛନ୍ତି । କିନ୍ତୁ ପରେ ସଂପୃକ୍ତ ଡାକ୍ତର ଏକ ବୟାନ ଜାରି କରି ଏପରି କିଛି କହିନାହାନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର