ପାଟନା : ବିଜେପି ଛାଡ଼ି ଏପ୍ରିଲ ୬ରେ କଂଗ୍ରେସର ହାତ ଧରିଥିଲେ ଅଭିନେତା ଶତ୍ରୁଘ୍ନ ସିହ୍ନା । ଯାହା ପରେ ତାଙ୍କୁ ପାଟ୍ନା ସାହିବ୍ର ଲୋକସଭା ପ୍ରାର୍ଥୀ କରିଥିଲା କଂଗ୍ରେସ । ତେବେ ଏପ୍ରିଲ ୨୯ରେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଯେଉଁ ଭୁଲ କରିଥିଲେ, ଏବେ ସେ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସିହ୍ନା ଯେଉଁ ଗାଡ଼ିରେ ଫେରୁଥିଲେ, ସେ ନେଇ ସେ ନିର୍ବାଚନ କମିସନଙ୍କ ଅନୁମତି ନେଇ ନଥିଲେ । ଯାହାର ସୂଚନା ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି ।
oneindia.comଅନ୍ୟ ପକ୍ଷରେ, ବିଜେପି ଶତ୍ରୁଘ୍ନ ସିହ୍ନା ବଦଳରେ ରବିଶଙ୍କର ପ୍ରସାଦଙ୍କୁ ଟିକେଟ ଦେଇଥିବାରୁ ପାଟ୍ନା ସାହିବ୍ରେ ଶତ୍ରୁଘ୍ନ-ରବିଶଙ୍କରଙ୍କ ଲଢ଼େଇ ଦେଖିବାକୁ ମିଳିବ । ତେବେ ମେ ୧୯ରେ ପାଟନା ସାହିବ୍ରୁ ମତଦାନ ହେବାକୁ ଥିବା ବେଳେ ଏହି ନିର୍ବାଚନୀ ଲଢ଼େଇରେ କିଏ ଜିତୁଛି, ତାହା ଦେଖିବାକୁ ବାକି ରହିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/pti4-27-2019-000056b-1556699615.jpg)