ପାଟନା ସାହିବ୍‌ରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ମାମଲା ରୁଜୁ

ପାଟନା : ବିଜେପି ଛାଡ଼ି ଏପ୍ରିଲ ୬ରେ କଂଗ୍ରେସର ହାତ ଧରିଥିଲେ ଅଭିନେତା ଶତ୍ରୁଘ୍ନ ସିହ୍ନା । ଯାହା ପରେ ତାଙ୍କୁ ପାଟ୍‌ନା ସାହିବ୍‌ର ଲୋକସଭା ପ୍ରାର୍ଥୀ କରିଥିଲା କଂଗ୍ରେସ । ତେବେ ଏପ୍ରିଲ ୨୯ରେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଯେଉଁ ଭୁଲ କରିଥିଲେ, ଏବେ ସେ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସିହ୍ନା ଯେଉଁ ଗାଡ଼ିରେ ଫେରୁଥିଲେ, ସେ ନେଇ ସେ ନିର୍ବାଚନ କମିସନଙ୍କ ଅନୁମତି ନେଇ ନଥିଲେ । ଯାହାର ସୂଚନା ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି ।

oneindia.com

ଅନ୍ୟ ପକ୍ଷରେ, ବିଜେପି ଶତ୍ରୁଘ୍ନ ସିହ୍ନା ବଦଳରେ ରବିଶଙ୍କର ପ୍ରସାଦଙ୍କୁ ଟିକେଟ ଦେଇଥିବାରୁ ପାଟ୍‌ନା ସାହିବ୍‌ରେ ଶତ୍ରୁଘ୍ନ-ରବିଶଙ୍କରଙ୍କ ଲଢ଼େଇ ଦେଖିବାକୁ ମିଳିବ । ତେବେ ମେ ୧୯ରେ ପାଟନା ସାହିବ୍‌ରୁ ମତଦାନ ହେବାକୁ ଥିବା ବେଳେ ଏହି ନିର୍ବାଚନୀ ଲଢ଼େଇରେ କିଏ ଜିତୁଛି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର