ଉତ୍ତେଜକ ଭାଷଣ ଭିଡିଓ ଭାଇରାଲ: ସିଦ୍ଧୁଙ୍କ ଉପଦେଷ୍ଟା ମହମ୍ମଦ ମୁସ୍ତାଫାଙ୍କ ବିରୋଧରେ ଏତଲା

ଅମୃତସର : ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଉପଦେଷ୍ଟା ତଥା ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫାଙ୍କ ଘୃଣା-ଭାଷଣ ଭିଡିଓ ଭାଇରାଲ ହେବା ପରେ ପଞ୍ଜାବ ପୁଲିସ ତାଙ୍କ ବିରୋଧରେ ଏକ ଏଫ୍‌ଆଇଆର୍ ରୁଜୁ କରିଥିବା ଜଣାପଡ଼ିଛି। ସୂଚନା‌ଯୋଗ୍ୟ, ପୂର୍ବତନ ପଞ୍ଜାବ ଡିଜିପି ମୁସ୍ତାଫାଙ୍କ ସ୍ତ୍ରୀ ରାଜିଆ ସୁଲତାନା ହେଉଛନ୍ତି ମାଲେରକୋଟଲାର କଂଗ୍ରେସ ପ୍ରାର୍ଥୀ। ଏତଲା ସମ୍ପର୍କରେ ମୁସ୍ତାଫା କହିଛନ୍ତି ଯେ, ଏହା ଭିତ୍ତିହୀନ ଏବଂ ତାଙ୍କ ରାଜନୈତିକ ବିରୋଧୀମାନେ ବିନା କାରଣରେ ଇସ୍ୟୁ କରୁଛନ୍ତି। ମୁସ୍ତାଫା ଏକ ମିଟିଂରେ ‘ଚରମ ଦଶା ଭୋଗିବ’ ବୋଲି ଆପ୍‌ କର୍ମୀମାନଙ୍କୁ ଧମକ ଦେଇଥିଲେ। ଏ ନେଇ ଆପ୍‌ ନେତାମାନଙ୍କ ପକ୍ଷରୁ ନିର୍ବାଚନ ଆୟୋଗ ପାଖରେ ଅଭିଯୋଗ କରାଯାଇଛି ଏବଂ ମୁସ୍ତାଫାଙ୍କୁ ନୋଟିସ ଜାରି କରାଯାଇଛି। କିନ୍ତୁ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବା ପରେ ପୁଲିସ ଗତ ରାତିରେ ଏଫ୍‌ଆଇଆର୍ ରୁଜୁ କରିଛି।

ସମ୍ବନ୍ଧିତ ଖବର