ଆକ୍ସନ ମୁଡ଼ରେ କେଜ୍ରିୱାଲ ସରକାର, ପ୍ରାଇଭେଟ ହସ୍ପିଟାଲ ବିରୋଧରେ କଲେ ଏତଲା ଦାୟର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀରେ କ୍ରମାଗତ ଭାବେ ହଜାର ହଜାର କରୋନା ପଜିଟିଭ ରୋଗୀ ଚିହ୍ନଟ ହେଉଛନ୍ତି। ସେପଟେ ନମୁନା ସଂଗ୍ରହରେ ଅନିୟମିତତାକୁ ନେଇ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ମହାମାରୀ ରୋଗ ନିୟମ ଉଲ୍ଲଂଘନ ସହ କରୋନା ଭାଇରସ୍ ପରୀକ୍ଷା ନିୟମ ଉଲ୍ଲଂଘନ ପାଇଁ ଗଙ୍ଗାରାମ ହସ୍ପିଟାଲ ନାମରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି।

ଏଫ୍ଆଇଆରରେ କୁହାଯାଇଛି ଯେ ଡାକ୍ତରଖାନାଗୁଡ଼ିକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ କେବଳ ଆରଟିପିସିଆର ଆପ୍ ମାଧ୍ୟମରେ ନମୁନା ସଂଗ୍ରହ କରିବା ବାଧ୍ୟତାମୂଳକ ଅଟେ। ସାର୍ ଗଙ୍ଗାରାମ ନମୁନା ସଂଗ୍ରହ ପାଇଁ ଆରଟିପିସିଆର ଆପ୍ ବ୍ୟବହାର କରିନଥିଲା । ସେହିପରି ଆଜି ଦିଲ୍ଲୀର ବେସରକାରୀ ଡାକ୍ତରଖାନାରେ କୋଭିଡ ବେଡ଼କୁ ନେଇ କେଜ୍ରିୱାଲ ଚେତାବନୀ ଦେଇଥିଲେ |

Image Source: Zee News

କରୋନାଭାଇରସ୍ ଆକ୍ରାନ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଶଯ୍ୟା ସଂଖ୍ୟା ବାବଦରେ ମିଛ କହୁଥିବା କେତେକ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି କି, ଏ ସଂକ୍ରାନ୍ତରେ କୌଣସି ସାଲିସ କରାଯିବ ନାହିଁ। ଜାତୀୟ ରାଜଧାନୀରେ ଥିବା ଘରୋଇ ଡାକ୍ତରଖାନା ସବୁ କୋଭିଡ୍-୧୯ ରୋଗୀ ଚିକିତ୍ସା କରିବେ।ସେହିପରି ଆଜିଠାରୁ ଦିଲ୍ଲୀ ସରକାର ସମସ୍ତ କୋଭିଡ ଡାକ୍ତରଖାନାରେ ଜଣେ ପ୍ରଫେସନାଲଙ୍କୁ ନିଯୁକ୍ତ କରିବେ, ଯିଏ ଡାକ୍ତରଖାନା ଭିତରେ ଉପସ୍ଥିତ ରହି ଶଯ୍ୟା ଅଛି କି ନାହିଁ ସେ ବିଷୟରେ ସୂଚନା ଦେବେ | ଯାହାଫଳରେ ଲୋକମାନେ ଡାକ୍ତରଖାନା ଭିତରେ ଶଯ୍ୟାର ସଠିକ୍ ସୂଚନା ପାଇପାରିବେ |

ସମ୍ବନ୍ଧିତ ଖବର