ରାହୁଲ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ମହଙ୍ଗା ପଡ଼ିଲା, ବିଜେପିର ରାଜ୍ୟସଭା ସାଂସଦ ଶୁବ୍ରମଣ୍ୟମ୍‌ ସ୍ୱାମୀଙ୍କ ନାମରେ ଏତଲା

ରାୟପୁର: ବିଜେପି ରାଜ୍ୟସଭା ସାଂସଦ ଶୁବ୍ରମଣ୍ୟମ ସ୍ୱାମୀଙ୍କ ବିରୋଧରେ ଛତିଶଗଡ଼ ପୁଲିସ୍‌ ଏତଲା ଦାୟର କରିଛି। ସାଂସଦ ଶୁବ୍ରମଣ୍ୟମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲଙ୍କ ବିରୋଧରେ ମିଥ୍ୟା ମନ୍ତବ୍ୟ ଦେଇଥିବା କାରଣରୁ ରବିବାର ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି ବୋଲି ଛତିଶଗଡ଼ ପୁଲିସ୍‌ କହିଥିବା ଜାଣିବାକୁ ମିଳିଛି।

ଜଶପୁର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ପଓ୍ଵନ ଅଗ୍ରଓ୍ଵାଲଙ୍କ ଅଭିଯୋଗକୁ ଭିତ୍ତି କରି ଶନିବାର ରାତିରେ ପାଥାଲାଗାଓଁ ପୁଲିସ୍‌ ଷ୍ଟେସନ୍‌ରେ ଏଫ୍‌ଆଇଆର୍‌ ଲେଖା ହୋଇଛି ବୋଲି ଜଶପୁର ସୁପରିଟେଣ୍ଡେଣ୍ଟ୍‌ ଅଫ୍‌ ପୁଲିସ୍‌ ଶଙ୍କରଲାଲ ବାଘେଲ କହିଛନ୍ତି।

ପଓ୍ଵନ ଅଗ୍ରଓ୍ଵାଲତାଙ୍କ ଅଭିଯୋଗରେ ଲେଖିଛନ୍ତି କି ‘ସ୍ୱାମୀ କହିଥିଲେ ରାହୁଲ ଗାନ୍ଧୀ କେକେନ ନିଶା ଶେବନ କରନ୍ତି। ଏହା ନିରାଟ ମିଛ କଥା। ବିଜେପି ନେତା ସ୍ୱାମୀଙ୍କର କିଛି ନ ଜାଣି ଏପରି କହିବାର କୌଣସି ଅଧିକାର ନାହିଁ।’

ସେ ଆହୁରି ବି କହିଛନ୍ତି କି ସ୍ୱାମୀ ନିଜେ ହିଁ ଜାଣନ୍ତି ଯେ ତାଙ୍କ ମନ୍ତବ୍ୟ ମିଥ୍ୟ। ଏହା କେବଳ ରାହୁଲ ଗାନ୍ଧୀଙ୍କୁ ଅପମାନ ଦେବା ପାଇଁ ସେ କହିଛନ୍ତି।

ସମ୍ବନ୍ଧିତ ଖବର