ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ନାଁରେ ମାମଲା ରୁଜ୍ଜୁ କଲା ଉତ୍ତରପ୍ରଦେଶ ପୁଲିସ, ପରେ ବାଦ୍ ଦେଲା

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ପ୍ରସାରଣ ଅଭିଯୋଗରେ ବାରାଣାସୀ ପୁଲିସ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ ଅନ୍ୟ ୧୭ ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଛି । ତେବେ ପରେ ପୁଲିସ ଏହି ଏଫଆଇଆରରୁ ପିଚାଇ ଓ ଗୁଗୁଲର ଆଉ କେତେକ ବରିଷ୍ଠ ଅଧିକାରୀଙ୍କ ନାମ ହଟାଇଦେଇଛି ।

ୟୁଟ୍ୟୁବ ଓ ହ୍ବାଟ୍ସଆପ ମାଧ୍ୟମରେ ବୁଲୁଥିବା ଏହି ଭିଡିଓକୁ ପ୍ରସ୍ତୁତ କରିଥିବା ଗାଜିପୁର ଜିଲ୍ଲାର ଜଣେ ସ୍ଥାନୀୟ ସଂଗୀତଜ୍ଞଙ୍କୁ ଏହି ଏଫଆଇଆରରେ ମୁଖ୍ୟ ଅଭିଯୁକ୍ତଭାବେ ଦର୍ଶାଯାଇଛି । ସେ ପ୍ରସ୍ତୁତ କରିଥିବା ଭିଡିଓରେ ମୋଦୀଙ୍କୁ ଅପମାନିତ କରାଯାଇଥିବା ଜଣେ ସ୍ଥାନୀୟ ଲୋକ ଅଭିଯୋଗ କରି ଏହି ଏଫଆଇଆର ରୁଜ୍ଜୁ କରିଛନ୍ତି । ଏହି ଭିଡିଓକୁ ବିରୋଧ କରିବାରୁ ତାଙ୍କ ନିକଟକୁ ପ୍ରାୟ ୮୫୦୦ ଟି ଧମକପୂର୍ଣ୍ଣ ଫୋନକଲ ଆସିଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଏହି ମାମଲାରେ ସୁନ୍ଦର ପିଚାଇ ଓ ଗୁଗୁଲ ଅଧିକାରୀଙ୍କ କୌଣସି ସଂପୃକ୍ତି ନଥିବାରୁ ତାଙ୍କ ନାମକୁ ବାଦ ଦିଆଯାଇଛି । ତେବେ ଏ ସମ୍ପର୍କରେ ଗୁଗୁଲର ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର