ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନ ପାଇଁ ଫେସବୁକ୍ ସିଇଓ ମାର୍କ ଜୁକବରବର୍ଗ୍ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କନୌଜ ଜିଲ୍ଲା କୋର୍ଟରେ ଜୁକରବର୍ଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏତଲାରେ ଜୁକରବର୍ଗଙ୍କ ବାଦ୍ ଅନ୍ୟ ୪୯ ଜଣଙ୍କ ନାମ ଅଛି।
ଜୁକରବର୍ଗ ନିଜେ ଅଖିଳେଶଙ୍କ ବିରୋଧରେ କିଛି ପୋଷ୍ଟ କରିନଥିଲେ ମଧ୍ୟ ଏତଲାରେ ତାଙ୍କ ନାମ ରହିଛି। କାରଣ ତାଙ୍କ ପ୍ଲାଟଫର୍ମ ଯାଦବଙ୍କ ବିରୋଧରେ ମାନହାନି ଟିପ୍ପଣୀ ଦେବାପାଇଁ ବ୍ୟବହାର ହୋଇଛି। କନୌଜ ଜିଲ୍ଲାର ସାରହଟି ଗ୍ରାମ ବାସିନ୍ଦା ଅମିତ କୁମାର ଜୁକରବର୍ଗ ଏବଂ ଅନ୍ୟ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। କୁମାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଫେସବୁକ୍ ପେଜ୍ ‘ବୁଆ ବବୁଆ’ରେ ସମାଜବାଦୀ ପାର୍ଟି ମୁଖ୍ୟଙ୍କ ମାନହାନି ହେବାଭଳି ପୋଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/13-1.jpg)