ହରଡ଼ଘଣାରେ କଶ୍ମୀରର ସ୍ୱାଧୀନତା ସଂପର୍କିତ ପ୍ଲାକାର୍ଡ ଧରିଥିବା ଯୁବତୀ, ପୁଲିସରେ ମାମଲା ରୁଜ୍ଜୁ

ମୁମ୍ବାଇ : ଜେଏନୟୁ ହିଂସାକାଣ୍ଡ ପ୍ରତିବାଦରେ ସୋମବାର ସଂଧ୍ୟାରେ ମୁମ୍ବଇର ଗେଟେଓ୍ଵ ଅଫ ଇଣ୍ଡିଆଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ‘ଫ୍ରି କଶ୍ମୀର (କାଶ୍ମୀରକୁ ମୁକ୍ତକର) ଲେଖାଥିବା ପ୍ଲାକାର୍ଡ ଧରି ସମସ୍ୟାରେ ପଡ଼ିଯାଇଛନ୍ତି ମେହେକ ମିର୍ଜା ପ୍ରଭୁ ନାମକ ଯୁବତୀ । ତାଙ୍କ ବିରୋଧରେ ମୁମ୍ବାଇର କୋଲାବା ପୁଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଛି ।

ଆଇପିସିର ଧାରା ୧୫୩ଖ ଅନୁସାରେ ଏହି ମାମଲା ରୁଜ୍ଜୁ କରାଯାଇଛି । ଜାତୀୟ ସଂହତି ଓ ଅଖଣ୍ଡତାକୁ ବିପନ୍ନ କଲାଭଳି କାର୍ଯ୍ୟ ପାଇଁ ଏହି ଧାରା ଅନୁସାରେ ମାମଲା ରୁଜ୍ଜୁ କରାଯାଇପାରିବ । ତେବେ ପୁଲିସ ଏପର୍ଯ୍ୟନ୍ତ ସଂପୃକ୍ତ ଯୁବତୀକୁ ଥାନାକୁ ଡକାଯାଇନାହିଁ । ପୁଲିସ ଏବେ ଏହି ଆନ୍ଦୋଳନର ଭିଡ଼ିଓ ଫୁଟେଜକୁ ଯାଞ୍ଚ କରଛି । ଏହା ପରେ ଯୁବତୀକୁ ଡକାଯିବ ବୋଲି ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି ।

ସୋମବାରଦିନ ମେହେକ ଧରିଥିବା ପ୍ଲାକାର୍ଡକୁ ନେଇ ବିଜେପି ସମେତ ବିଭିନ୍ନ ମହଲରୁ ବିରୋଧ ପ୍ରକାଶ ପାଇବା ପରେ ମେହେକ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ସ୍ପଷ୍ଟୀକରଣ ଦେଇଥିଲେ । ଏଥିରେ ସେ କହିଥିଲେ ଯେ କଶ୍ମୀରରେ ଇଣ୍ଟରନେଟ ସେବା ଚାଲୁ ପାଇଁ ସେ ଏହି ପ୍ଲାକାର୍ଡ ମାଧ୍ୟମରେ ଦାବି କରୁଥିଲେ । ଶିବସେନା ପକ୍ଷରୁ ମଧ୍ୟ କୁହାଯାଇଥିଲା ଯେ କଶ୍ମୀରରେ ଇଣ୍ଟରନେଟ ସେବା ଚାଲୁ ପାଇଁ ମେହେକ ଏହି ପ୍ଲାକାର୍ଡ ଧରିଥିଲେ ।

ସମ୍ବନ୍ଧିତ ଖବର