ନୂଆଦିଲ୍ଲୀ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଐତିହାସିକ ବିଜୟର ଦିନକ ପରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ଜଣ ଖେଳପ୍ରେମୀଙ୍କ ଜୀବନ ଚାଲିଯାଇଥିବା ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ହୋଇଛି। 

Advertisment

ଏହି ଘଟଣାରେ ଆରସିବି ଫ୍ରାଞ୍ଚାଇଜ୍ ମୃତ୍ୟୁବରଣ କରିଥିବା ସମସ୍ତ ୧୧ ଜଣଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛି। ଏଥିସହିତ ଏହି ଦଳାଚକଡ଼ା ଘଟଣାରେ ଆରସିବି ବିରୋଧରେ ମାମଲା ରୁଜୁ ହୋଇଛି। 

ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ଘଟଣାକୁ ନେଇ ସାମାଜିକ କର୍ମଚାରୀ ଏଚଏମ୍ ଭେଙ୍କଟେଶ କବ୍ବନ ପାର୍କ ପୁଲିସ ଷ୍ଟେସନରେ ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ ଦାୟର କରିବାକୁ ଚେଷ୍ଟା କରିଥିଲେ। 

ଭେଙ୍କଟେଶ ଅଭିଯୋଗ କରି କହିଛନ୍ତି, ‘ବିରାଟ 'ଆଇପିଏଲ୍' ମାଧ୍ୟମରେ ଜୁଆକୁ ପ୍ରୋତ୍ସାହିତ ଦେଉଛନ୍ତି। ପଡ଼ିଆ ବାହାରେ ହୋଇଥିବା ଦଳାଚକଡା ଘଟଣାରେ ବିରାଟଙ୍କ ହାତ ଅଛି । ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ସାମାଜିକ କର୍ମଚାରୀଙ୍କ ଏଭଳି ଅଭିଯୋଗକୁ ନେଇ ପୁଲିସ କହିଛି,‘ ଏଚ୍.ଏମ୍. ଭେଙ୍କଟେଶଙ୍କ ଅଭିଯୋଗର ସମୀକ୍ଷା କରାଯିବ, କିନ୍ତୁ ବିରାଟ କୋହଲିଙ୍କ ବିରୋଧରେ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ। ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିବା ଘଟଣା ପରେ ସୋସିଆଲ ମିଡିଆରେ 'କୋହଲିଙ୍କୁ ଗିରଫ କରାଯାଉ' ଉଲ୍ଲେଖ ଥିବାେ ନେଇ ଏକ ଟ୍ରେଣ୍ଡ ଆରମ୍ଭ ହୋଇଛି।

ବେଙ୍ଗାଲୁରୁ ଦଳାଚକଡା ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଜଣେ ବରିଷ୍ଠ ଅଧିକାରୀ ନିଖିଲ ସୋସାଲେଙ୍କ ସମେତ ତିନିଜଣ ଇଭେଣ୍ଟ ମ୍ୟାନେଜମେଣ୍ଟ  ଜଡିତ ଥିବା ଜଣାରପଡ଼ିଛି।