ଲାଗୁ ହେବାର ୨୪ ଘଣ୍ଟା ନପୂରୁଣୁ ଖୋଦ୍‌ ସାଂସଦ କଲେ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ; ଜିଲ୍ଲାପାଳ ଥାନାରେ ଆଗତ କଲେ ମାମଲା

ସୀତାମାରି (ବିହାର): ନିର୍ବାଚନ କମିଶନଙ୍କ ପକ୍ଷରୁ ସମଗ୍ର ଦେଶରେ ଗତ ରବିବାର ଅପରାହ୍ଣ ୫ଟା ଠାରୁ ଆଦର୍ଶ ନିର୍ବାଚନ ଆଚରଣ ବିଧି (ଏମ୍‌ସିସି) ଲାଗୁ ହୋଇଯାଇଛି। ତେବେ, ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ପୂରଣ ହୋଇ ନଥିବା ବେଳେ ବିହାରର ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି)ର ସାଂସଦ ରାମ କୁମାର ଶର୍ମାଙ୍କ ବିରୋଧରେ ଆଗତ ହୋଇଯାଇଛି ଏକ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲା।

ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଆର୍‌ଏଲ୍‌ଏସ୍‌ପିର ସାଂସଦ ରାମ କୁମାର ଶର୍ମା ଉଲ୍ଲଂଘନ କରିଥିବା ଅଭିଯୋଗ କରି ଖୋଦ୍‌ ଜିଲ୍ଲାପାଳ ରନୀତ୍‌ କୁମାର ଆଜି ସୀତାମାରି ପୁଲିସ୍‌ ଷ୍ଟେସନ୍‌ରେ ଏହି ଅଭିଯୋଗ ଆଗତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏବେ ସମଗ୍ର ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାବେଳେ ଆର୍‌ଏଲ୍‌ଏସ୍‌ପିର ସାଂସଦ ରାମ କୁମାର ଶର୍ମା ଉଲ୍ଲଂଘନ କରି ଆଜି ଜିଲ୍ଲାରେ ଏକ ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରିଥିଲେ। ତେବେ, ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଜିଲ୍ଲାପାଳ ସାଂସଦ ରାମ କୁମାର ଶର୍ମାଙ୍କ ବିରୋଧରେ ଏହି ମାମଲା ଆଗତ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର